ହିନ୍ଦୀ ଭାଷାକୁ ନେଇ ବିବାଦୀୟ ବୟାନ ଦେଲେ ଏହି ଅଭିନେତା

ମୁମ୍ବାଇ() ଚର୍ଚ୍ଚା ଅଭିନେତା ତଥା ମକଲ ନିଧି ମୟମ ମୁଖ୍ୟ କମଲ ହାସନ । ହିନ୍ଦୀ ଭାଷାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କମଲ ।କମଲ କହିଛନ୍ତି ଭାରତର ଭାଷା ପରିବାର ମଧ୍ୟରେ ହିନ୍ଦୀ ବେଶି ପୁରୁଣା ନୁହେଁ । ତେଣୁ ସବୁଠୁ ସାନ ହୋଇଥିବାରୁ ‘ହିନ୍ଦୀ’ ଭାଷା ଡାଇପର୍ସ ପିନ୍ଧୁଥିବା ଟିକି ପିଲାଟିଏ ଭଳି । ଗୁରୁବାର ଗୋଟିଏ କାର୍ୟ୍ୟକ୍ରମରେ ଉଦ୍ ବୋଧନ ଦେଇ କମଲ ହାସନ ଏହା କହିଛନ୍ତି ।

ତାମିଲ, ସଂସ୍କୃତ ଏବଂ ତେଲୁଗୁ ତୁଳାନାରେ ହିନ୍ଦୀ ଏବେ ମଧ୍ୟ ଅତି ସାନ । ମୁଁ ପରିହାସ କରି ଏ କଥା କହୁନାହିଁ। ମୁଁ ସମ୍ବେଦନାର ସହ କହୁଛି ଯେ ଆମକୁ ଭାଷାମାନଙ୍କର ତତ୍ତ୍ୱ ନେବାକୁ ପଡ଼ିବ । କିନ୍ତୁ, ଭାଷାକୁ ଆମ ଉପରେ ଲଦି ଦେବା କି, ଗିଳାଇ ଦେବା ଅନୁଚିତ । ପୂର୍ବରୁ ସେପ୍ଟେମ୍ବର ୧୬ ତାରିଖ ଦିନ କମଲ ହସନ କହିଥିଲେ ଯେ ହିନ୍ଦୀ ଭାଷା ଲଦି ଦିଆଗଲେ ଗୋଟାଏ ବଡ଼ ଯୁଦ୍ଧ ହେବ । ଯାହା ଜଲ୍ଲିକାଟୁ ପ୍ରତିବାଦ ଠାରୁ ବୃହତ୍ତର ହେବ । ଏହା ମଧ୍ୟ କହିଛନ୍ତି ଆମେ ପୂର୍ବରୁ କହିଛୁ, ଏବେ ମଧ୍ୟ କହୁଛୁ, ତାମିଲ ଭାଷା ଆମର ଗୌରବ ହୋଇଥିବାରୁ ଆମେ ତା’ ପାଇଁ ଲଢ଼ିବୁ । ଭାରତକୁ ସାଧାରଣତନ୍ତ୍ର କରିବା ବେଳେ ଆମେ ବିବିଧତା ମଧ୍ୟରେ ଏକତା ନିମନ୍ତେ ପ୍ରତିଶ୍ରୁତି ଦେଇଛୁ । ଆମେ ତାହାକୁ ପରିବର୍ତ୍ତନ କରି ପାରିବା ନାହିଁ। ଆମେ ସବୁ ଭାଷାକୁ ସମ୍ମାନ ଦେଉଛୁ କିନ୍ତୁ, ତାମିଲ ସର୍ବଦା ଆମର ମାତୃଭାଷା ହୋଇଥିବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେପ୍ଟେମ୍ବର ୧୪ ତାରିଖ ହିନ୍ଦୀ ଦିବସ ଦିନ ହିନ୍ଦୀକୁ ଜାତୀୟ ଭାଷା କରିବା ନିମନ୍ତେ ଆହ୍ଵାନ ଦେଇଥିଲେ। ଫଳରେ ବିରୋଧୀ ଦଳର ଅନେକ ନେତା ଏହାକୁ ପ୍ରତିବାଦ କରିଥିଲେ। ଏବେ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କମଲ ହାସନ ।

Share

Leave a Reply

Your email address will not be published. Required fields are marked *

7 − three =