ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ । କଂଗ୍ରେସର ପିପିଲି ପ୍ରାର୍ଥୀ ବିଶ୍ୱକେଶନ ହରିଚନନ୍ଦନ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିବେ ।ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ନେଇ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଲାଗିରହିଥିଲା । ସ୍ୱର୍ଗତ ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ଆଶାରେ ରହିଥିଲା ରାଜ୍ୟ କଂଗ୍ରେସ ।

ହେଲେ ଦିବଂଗତ ନେତା ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ନିର୍ବାଚନ ଲଢିବାକୁ କେହି ରାଜି ହେଲେ ନାହିଁ । ଏହାପରେ କଂଗ୍ରେସ ପିପିଲି ପ୍ରାର୍ଥୀ ଭାବେ ବିଶ୍ୱକେଶନ ହରିଚନନ୍ଦନ ମହାପାତ୍ରଙ୍କୁ ଚୟନ କରିଥିଲେ |ତେବେ କରୋନା କଟକଣା ଗାଇଡଲାଇନକୁ ମାନି ପୁରୀରେ ବିଶ୍ବକେଶନ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ।

ସୂଚନା ଅନୁଯାୟୀ, ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପରବର୍ତ୍ତୀ ଅବସ୍ଥାରେ ମେ ୧୬ରେ ନିର୍ବାଚନ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ମେ ୧୯ରେ ହେବ ଭୋଟ ଗଣତି । ପୂର୍ବରୁ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଓ ବିଜେପିର ଆଶ୍ରିତ ପଟ୍ଟନାୟକ ମଇଦାନରେ ଅଛନ୍ତି।ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ। ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା ବେଳେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।

Share

Leave a Reply

Your email address will not be published. Required fields are marked *

nine − 7 =