୭ ରାଜ୍ୟକୁ ପଠାଯାଇଛି ଅକ୍ସିଜେନ୍: ଏଡିଜି

ଭୁବନେଶ୍ୱର: ଅକ୍ସିଜେନ ଅଭାବ ପୂରଣ କରିଛି ଓଡିଶା । ଆଜି ଓଡିଶାରୁ ୭ ରାଜ୍ୟକୁ ପଠାଯାଇଛି ଅକ୍ସିଜେନ୍ । ମୋଟ୍ ୬୭ଟି ଟ୍ୟାଙ୍କରରେ ୧୨୬୭ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯାଇଛି | ଏନେଇ ଏଡିଜି ଯଶୋବନ୍ତ ଜେଠ୍‌ଓ୍ୱା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପୋଲିସ ଏସକର୍ଟରେ ବର୍ତ୍ତମାନ ସୁଦ୍ଧା ୬୭ ଟ୍ରକରେ ୧୨୬୭.୯୩୧ ମେଟ୍ରିକ୍ ଟନ୍ ଅକ୍ସିଜେନ ଓଡିଶାରୁ ଅନ୍ୟ ରାଜ୍ୟକୁ ପଠାଇଛି । ଏଥିରୁ ସର୍ବାଧିକ ଆନ୍ଧ୍ରପ୍ରଦେଶକୁ ୨୨ଟି ଟାଙ୍କରରେ ୪୫୮.୩ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଥିବା ବେଳେ ତେଲେଙ୍ଗାନାକୁ ୧୭ ଟ୍ୟାଙ୍କରରେ ୨୯୧ ମେଟ୍ରିକ ଟନ୍, ମହାରାଷ୍ଟ୍ରକୁ ୬ ଟ୍ୟାଙ୍କରରେ ୧୦୨.୦୬ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି।ସେହିଭଳି ମଧ୍ୟପ୍ରଦେଶକୁ ୮ଟି ଟ୍ୟାଙ୍କରରେ ୧୩୧.୨୩, ହରିୟାଣାକୁ ୮ଟି ଟ୍ୟାଙ୍କରରେ ୧୮୭.୫୧୨, ଉତ୍ତରପ୍ରଦେଶକୁ ୪ଟି ଟ୍ୟାଙ୍କରରେ ୬୬.୩୯, ଛତିଶଗଡ଼କୁ ୨ଟି ଟ୍ୟାଙ୍କରରେ ୩୦.୬୭ ମେଟ୍ରିକ ଟନ୍ ଅକ୍ସିଜେନ ପଠାଯାଇଛି।

ରାଜ୍ୟରେ ଅକ୍ସିଜେନ, ମେଡ଼ିସିନ୍ ଓ କୋଭିଡ ସାମଗ୍ରୀ ଯାଞ୍ଚ ଲାଗି ଓଡ଼ିଶା ପୋଲିସ ପକ୍ଷରୁ ୨୨ଟି ଫ୍ଲାଇଂ ସ୍ବାଡ୍‌ ଗଠନ ହୋଇଛି । ସେଥିମଧ୍ୟରୁ କଟକ ଓ ଭୁବନେଶ୍ଵର ପାଇଁ ୭ଟି ନିୟୋଜିତ କରାଯାଇଛି । ଏହି ଟିମ୍‌ରେ ଡ୍ରଗ କଣ୍ଟ୍ରୋଲ, ଏସଟିଏଫ୍ ଏବଂ ଓଡ଼ିଶା ପୋଲିସ ସାମିଲ ଅଛନ୍ତି । ୨୦ଟି ହସପିଟାଲ ଓ ଏଜେନ୍ସିକୁ ବଜାରରେ କୌଣସି ଅନିୟମିତତା ନକରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଚେତାବନୀ ପତ୍ର ଦିଆଯାଇଛି । ତେଣୁ ଯିଏ ଅନିୟମିତତା କରିବ, ସେମାନଙ୍କ ବିରୋଧରେ ଆଇପିସି ଧାରା ଓ ଡ୍ରଗସ ନିୟନ୍ତ୍ରଣ ଆଇନ୍‌ରେ କୋଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

seventeen − 2 =