ସୁଯୋଗକୁ ଅପେକ୍ଷା କରିଛନ୍ତି ନବୀନ

ଭୁବନେଶ୍ବର () କର୍ଣ୍ଣାଟକ ପରେ ଓଡିଶା ସରକାର ଛାଡ କରିପାରନ୍ତି କୃଷି ଋଣ। ରାଜ୍ୟ ସରକାର ଏନେଇ ବିଚାର ବିମର୍ଷ କରୁଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ବିଗତ ଦିନରେ ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ଆଗକୁ ମଧ୍ୟ ନେବେ । ଦୀର୍ଘ ଦିନ ହେବ ଓଡିଶାରେ କୃଷି ଋଣ ଛାଡ କରିବାକୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଛି । ଅନ୍ୟପଟେ ଗତକାଲି କର୍ଣ୍ଣାଟକ ସରକାର କୃଷି ଋଣ ଛାଡ କରିଥିଲେ । ୨ଲକ୍ଷରୁ କମ କୃଷି ଋଣ ଥିବା ଚାଷୀଙ୍କର ଋଣ ଛାଡ କରିବାକୁ ବଜେଟରେ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ । ସେହିପରି ପୂର୍ବରୁ ମହାରାଷ୍ଟ୍ର, ଉତରପ୍ରଦେଶରେ କୃଷି ଋଣ ଛାଡ ହୋଇଛି।

କର୍ଣ୍ଣାଟକରେ କୃଷି ଋଣ ଛାଡ କରିବା ପରେ ରାଜ୍ୟ କଂଗ୍ରେସର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ଆଜି ଓଡିଶା ସରକାର କେବେ କୃଷି ଋଣ ଛାଡ କରିବେ ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ୟୁପିଏ ସରକାର ଅମଳରେ ଦେଶରେ 70ହଜାର କୋଟି ଟଙ୍କାର କୃଷି ଋଣ ଛାଡ କରାଯାଇଥିଲା । ସେ ମଧ୍ୟରେ ରାଜ୍ୟର ଚାଷୀଙ୍କ ଉପରେ ଥିବା ପ୍ରାୟ 7ହଜାର କୋଟି ଟଙ୍କା ବି ଛାଡ ହୋଇଥିଲା । ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଆନାନୁରୂପ ଭାବେ ବୃଦ୍ଧି ପାଇନଥିବାରୁ ରାଜ୍ୟ ସରକାର ଚାଷୀଙ୍କୁ ବୋନସ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି । ତାରାଙ୍କ କୃଷି ଋଣ ଛାଡ ଦାବି ଉପରେ ପ୍ରତିକ୍ରିୟା ରଖି କୃଷିମନ୍ତ୍ରୀ ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ସକ୍ରିୟ ବିଚାରଧିନ ଥିବା କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

four × four =