ବାତ୍ୟାର ନିରୀକ୍ଷଣ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ପ୍ରତିଟି ଜୀବନ ଆମ ପାଇଁ ମୁଲ୍ୟବାନ । ବାତ୍ୟା ସମୟରେ ମହିଳା ଶିଶୁ, ବୃଦ୍ଧ ଓ ଭିନ୍ନକ୍ଷମମାନଙ୍କୁ ସ୍ଵତନ୍ତ୍ର ଦେଖାଶୁଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଶାନ୍ତ ରହିବା ସହ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି । ବାତ୍ୟା ସ୍ଥଳଭାଗକୁ ଛୁଇଁବାର ପରବର୍ତ୍ତୀ ସମୟ ସବୁଠାରୁ ଅଧିକ ବିପଦଜନକ । ତେଣୁ ସେ ସମୟରେ ଜନସାଧାରଣ କୌଣସି ପରିସ୍ଥିତିରେ ବାହାରକୁ ନବହାରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ନିଜେ ମୁଖ୍ୟମନ୍ତ୍ରୀ ବାତ୍ୟାର ନିରୀକ୍ଷଣ କରୁଛନ୍ତି । ଏଥିସହ ବାତ୍ୟା ପ୍ରଭାବିତଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କାର୍ଯ୍ୟର ବି ନିଜେ ତଦାରଖ କରୁଛନ୍ତି । ଏଥିସହ ବାତ୍ୟା ପରବର୍ତ୍ତୀ ମରାମତି ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଛନ୍ତି ।

ଆଜି ସକାଳେ ଓଡିଶା ଉପକୂଳକୁ ଛୁଇଁଛି ବାତ୍ୟା । ଏଥିପାଇଁ ଉପକୂଳ ଜିଲ୍ଲାଗୁଡିକରେ ଲୋକେ ଭୟଭିତ ହୋଇପଡିଥିବା ବେଳେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଏଭଳିସ୍ଥିତିରେ ଭୟଭିତ ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ  ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ  ପ୍ରସ୍ତୁତ ଅଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରେ ଚାଲିଥିବା କଣ୍ଟ୍ରୋଲ ରୁମର କିଭଲି କାମ ଚାଲିଛି ତାର ପରିଦର୍ଶନ କରିଥିଲେ କରିଛନ୍ତି । ସେଠାରେ ସେ କଣ୍ଟ୍ରୋଲ ରୁମ କର୍ମଚାରୀଙ୍କ ସହ କଣ୍ଟ୍ରୋଲ ୟୁନିଟର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 14 =