ବିରୋଧୀଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଆହ୍ବାନ

ପରିସଂଖ୍ୟାନ କେନ୍ଦ୍ରର, ରାଜ୍ୟର ନୁହେଁ

ଭୁବନେଶ୍ବର (): ରାଜ୍ୟରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁ ହାରକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ବାରମ୍ବାର ପ୍ରଶ୍ନ ଉଠାଯାଉଥିବା ବେଳେ ଆଜି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଦୁଇ ସ୍ବାସ୍ଥ୍ୟସେବାରେ ଓଡିଶା ଦେଶର ଅନ୍ୟ ବହୁ ବିକଶିତ ରାଜ୍ୟ ତୁଳନାରେ ଅଧିକ ସଫଳତା ପାଇଛି ବୋଲି ଦାବି କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ନିଜସ୍ବ ହିସାବ ନୁହେଁ, ୪ ନମ୍ବର ଜାତୀୟ ପରିବାର ସ୍ବାସ୍ଥ୍ୟ ସେବା ସର୍ଭେ ରିପୋର୍ଟରେ କୁହାଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏହି ସର୍ଭେ ରିପୋର୍ଟ ଅନୁଯାୟୀ ଓଡିଶାରେ ମାତୃମୃତ୍ୟୁ ହାର ୩୫ ପ୍ରତିଶତରେ ସୀମିତ ରହିଛି । ଯେତେବେଳେ କି ବିହାରରେ ମାତୃମୃତ୍ୟୁ ହାର ୬୨ ପ୍ରତିଶତ, ମଧ୍ୟପ୍ରଦେଶ ଓ ଛତିଶଗଡରେ ୬୪ ପ୍ରତିଶତ, ରାଜସ୍ଥାନରେ ୪୬ ପ୍ରତିଶତ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୦୬ ପ୍ରତିଶତ ରହିଛି । ମାତୃମୃତ୍ୟୁ ହାର କମାଇବାରେ ଓଡିଶା ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ସଫଳତା ପାଇଛି । ସର୍ବଭାରତୀୟ ସ୍ତରରେ ଅନ୍ୟ ରାଜ୍ୟମାନେ ମାତୃମୃତ୍ୟୁ ହାର ଶୂନ ଦଶମିକ ୬ ପ୍ରତିଶତ କମାଇଥିବା ବେଳେ ଓଡିଶାରେ ମାତୃମୃତ୍ୟୁ ହାର ଶୂନ ଦଶମିକ ୪ ପ୍ରତିଶତ କମାଇପାରିଛି ବୋଲି ସେ କହିଛନ୍ତି ।

କେବଳ ମାତୃମୃତ୍ୟୁ ହାର ନୁହେଁ, ଶିଶୁ ମୃତ୍ୟୁହାର କମାଇବାରେ ମଧ୍ୟ ରାଜ୍ୟ ସରକାର ସଫଳତା ପାଇଛନ୍ତି । ସେଇ ୪ ନମ୍ବର ଜାତୀୟ ପରିବାର ସ୍ବାସ୍ଥ୍ୟ ସେବା ସର୍ଭେ ରିପୋର୍ଟ ଅନୁଯାୟୀ ଶିଶୁ ମୃତ୍ୟୁ ହାର ୫୬ ପ୍ରତିଶତ କମିଛି । ୨୦୦୫ରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୯୪ ଥିବା ବେଳେ ୨୦୧୪ରେ ଏହି ହାର ୪୦କୁ ହ୍ରାସ ପାଇଛି । ଜାତୀୟ ଶିଶୁ ମୃତ୍ୟୁ ହାର ହେଉଛି ୪୧ । ଏହି ସମୟ ମଧ୍ୟରେ ରାଜ୍ୟ ସରକାର ୫୧ହଜାର ଶିଶୁଙ୍କ ଜୀବନ ବଂଚାଇବାରେ ସଫଳ ହୋଇଥିବା ସେ କହିଛନ୍ତି । ଏହି ପରିସଂଖ୍ୟାନକୁ ନେଇ ପ୍ରଶ୍ନ ଉଠାଉଥିବା ରାଜନେତାମାନେ ଜାତୀୟ ପରିବାର ସ୍ବାସ୍ଥ୍ୟ ସେବା ସର୍ଭେ ରିପୋର୍ଟକୁ ଅନୁସରଣ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − 4 =