ଏଲ ଆଣ୍ଡ ଟି କୁ ରାଜ୍ୟ ସରକାରଙ୍କ ଚିଠି

ଭବନେଶ୍ବର () ରାଜ୍ୟ ସରକାରଙ୍କ ଫ୍ଲାଗସିପ ପ୍ରକଳ୍ପ ମଧ୍ୟରୁ ଜାନିଭିଲି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନ୍ୟତମ । ଗଂଜାମ ଜିଲ୍ଲାର ପ୍ରାୟ 70ହଜାର ଘରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ଅକ୍ଟୋବର 15 ସୁଦ୍ଧା ସରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଖୋଜ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ପ୍ରେମ କୁମାର ଝା ଏଲ ଆଣ୍ଡ ଟି, ଚେନ୍ନାଇର ବିଜନେସ ଗ୍ରୁପ ମୁଖ୍ୟ କେ. ଅଶୋକ କୁମାରଙ୍କୁ ଚିଠି ଲେଖିଛନ୍ତି ।

ବର୍ତ୍ତମାନ ସ୍ଥିତିରେ ଏହି ପ୍ରକଳ୍ପକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ନିର୍ମାଣକାରୀ ସଂସ୍ଥା ଏଲ ଆଣ୍ଡ ଟି ଯେଉଁ ଗତିରେ କାମ କରୁଛି, ସେଥିରୁ ନିର୍ଦ୍ଧାରିତ ସମୟ ଅର୍ଥାତ ଅକ୍ଟୋବର 15 ସୁଦ୍ଧା ସରିବା ନେଇ ସନ୍ଦେହ ଦେଖାଦେଇଛି । ଗତ ଜୁନ 12 ଓ 21 ତାରିଖରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରକଳ୍ପ ଅଂଚଳ ଗସ୍ତ କରି ଅଗ୍ରଗତିର ସମୀକ୍ଷା କରିଥିଲେ । ସେ ସମୟରେ ବିଭାଗୀୟ ସଚିବ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ତାରିଖ ନିର୍ଦ୍ଧାରଣ କରିଥିଲେ । କିନ୍ତୁ ଏଦିଗରେ ଏଲ ଆଣ୍ଡ ଟି କର୍ତ୍ତୃପକ୍ଷ ବିଶେଷ ଗୁରୁତ୍ବ ଦେଉନଥିବା ବିଭାଗ ଅନୁଭବ କରୁଛି ।

ଜଳ ଉତ୍ସରୁ ପାଣି ଉଠାଇବା ପାଇଁ ଏଲ ଆଣ୍ଡ ଟି 6.448 କିଲୋମିଟର ପାଇପ ବିଛାଇବା କଥା  । ବର୍ତ୍ତମାନ ସୁଦ୍ଧା ମାତ୍ର 540 ମିଟର ପାଇପ ବିଛାଯାଇଛି । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ସାରିବାକୁ ଅଧିକ ଲୋକବଳ ଏବଂ ଯନ୍ତ୍ରପାତିର ବ୍ୟବହାର ପରିବର୍ତ୍ତେ ଜୁନ 13 ତାରିଖରୁ କାମ ଅଗ୍ରଗତିରେ ମନ୍ଥରତା ଦେଖାଦେଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଏହି ଚିଠିରେ ଉଲ୍ଲେଖ କରିବା ସହ ଏଲ ଆଣ୍ଡ ଟି କର୍ତ୍ତୃପକ୍ଷଙ୍କୁ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ଉଭୟ ରାଜ୍ୟ ସରକାର ଓ ବ୍ରହ୍ମପୁର ବାସିନ୍ଦା ଏହି ପ୍ରକଳ୍ପ ଉପରେ ବହୁ ଆଶା ବାନ୍ଧିଥିବା ବେଳେ ଏଲ ଆଣ୍ଡ ଟି କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ବ୍ରହ୍ମପୁରବାସୀଙ୍କୁ କ୍ଷୁବ୍ଧ କରିଛି ।

Share

Leave a Reply

Your email address will not be published. Required fields are marked *

five × five =