ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୧ କୋଟି ୨୫ ଲକ୍ଷ ୮୪ ହଜାର ଫାଇନ ଆଦାୟ

ଭୁବନେଶ୍ୱର() ମାସ୍କ ପିନ୍ଧିନଥିବା ଅମାନିଆ ମୋଟା ଅଙ୍କର ଜୋରିମାନା ଦେଇଛନ୍ତି । ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ ପରେ ପୁଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୧ କୋଟି ୨୫ ଲକ୍ଷ ୮୪ ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ସାମାଜିକ ଦୂରତ୍ୱ ଉଲ୍ଲଂଘନ ନେଇ ୧୧ ଲକ୍ଷ ୭୪ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ରାତ୍ରକାଳୀନ କର୍ଫୁ୍ୟ ଉଲ୍ଲଂଘନକାରୀଙ୍କ ଠାରୁ ୧ ଲକ୍ଷ ୩ ହଜାର ଟଙ୍କା ଆଦାୟ ହୋଇଥିବା ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 4 =