ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର () ରାଜ୍ୟରେ ଆଜିଠାରୁ ୩ ଦିନ ବର୍ଷା ସମ୍ଭାବନା । ପଶ୍ଟିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହୋଇପାରେ । ଏନେଇ ସୂଚନା ଜାରି କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିପାରେ । ବର୍ଷା କମିବା ସହ କୁହୁଡି ଓ ଥଣ୍ଡା ବଢିବ ।

କଳହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ ଏବଂ ଢେଙ୍କାନାଳ ଭଳି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

thirteen − nine =