କାଳିଆ କଲ ସେଣ୍ଟର 24×7 କାର୍ଯ୍ୟକ୍ଷମ ହେଲା

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ସନ୍ଧ୍ୟାରେ ଓକାକ ବିଲ୍ଡିଂରେ ଚାଲୁଥିବା କାଳିଆ କଲ ସେଣ୍ଟରକୁ ପରିଦର୍ଶନରେ ଯାଇଥିଲେ । ସେ କଲ ସେଣ୍ଟରର କାର୍ଯ୍ୟ ବୁଲି ଦେଖିଥିଲେ । ସେ ନିଜେ କଲ ସେଣ୍ଟରରୁ ଜଣେ ଚାଷୀଙ୍କ ସହ କଥା ହେବା ସହ ଯୋଜନା ସମ୍ପର୍କରେ ଥିବା ଦ୍ବନ୍ଦ୍ୱର ଉତ୍ତର ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଆସନ୍ତାକାଲିଠାରୁ କାଳିଆ କଲ ସେଣ୍ଟର 24×7 କାର୍ଯ୍ୟ କରିବ । ଏହି କଲ ସେଣ୍ଟର ଗତ ଜାନୁଆରୀ 5 ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏହି ଯୋଜନା ନେଇ ଚାଷୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

one + seven =