ଅଲଗା ହେବେ ବର୍ଷା-ଅନୁଭବ

କଟକ() ଓଲିଉଡର ଚର୍ଚ୍ଚିତ ଯୋଡି ଓ ରିଏଲ ଲାଇଫ ପାର୍ଟନର ବର୍ଷା-ଅନୁଭବ ଅଲଗା ହେବାକୁ ଯାଉଛନ୍ତି । ବିବାହ ବିଛେଦ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହା ସହ ସେ ସାଂସଦ ଅନୁଭବଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛି । ଅନୁଭବଙ୍କ ବିରୋଧରେ ସେ କଟକ ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହେବା ସହ ନିଜର ଭରଣପୋଷଣ ଦାବି କରିଛନ୍ତି ।  ଉଭୟ ଆଲବମ୍ ଓ ଓଲିଉଡର  ଆଗଧାଡ଼ିର ଅଭିନେତା ରାଜନୀତିରେ ମଧ୍ୟ ସଫଳତା ପାଇଛନ୍ତି ।

ଏହି ଦୁଇ ଚର୍ଚ୍ଚିତ ଦମ୍ପତିଙ୍କ ବିବାହ ୨୦୧୪ରେ ହୋଇଥିଲା । ଅନ୍ୟପକ୍ଷରେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତି ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇ ପାରିନାହିଁ । ନୋଟିସ ମିଳିଲେ ଉତ୍ତର ରଖିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 10 =