ଦାଗୀ ନେତାଙ୍କୁ ସାମିଲ କରିବା ବିଜେପିର ପୂରୁଣା ଅଭ୍ୟାସ

ଆଇନର ପଂଞ୍ଝାରୁ ରକ୍ଷା ପାଇବାକୁ ବିଜେପିରେ ମିଶିଲେ ବୈଜୟନ୍ତ

ଭୁବନେଶ୍ବର () : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା । ସେ ଆକ୍ଷେପ କରିଛନ୍ତି ଯେ, ବିଜେପି ଜୟରାମ ପାଙ୍ଗୀ, ମୁକୁଲ ରାୟ ଓ ଏବେ ବୈଜୟନ୍ତ ପଣ୍ଡାଙ୍କ ଭଳି ଦାଗୀ ନେତାଙ୍କୁ ନିଜ ଦଳରେ ସାମିଲ କରିବାର ପୁରୁଣା ରେକର୍ଡ ରହିଛି ।

ବୈଜୟନ୍ତ ରାଜନୀତିରେ ଯୋଗଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ୟବସାୟ । ସେ ବିଜେପିରେ ନିଜ ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି କରିବାକୁ ଯୋଗଦେଇଛନ୍ତି । ସିବିଆଇ, ଇଡି ଓ ଆଇଟି ତାଙ୍କର ବିଦେଶୀ କଳାଧନ କାରବାରର ତଦନ୍ତ କରୁଥିବାରୁ ସେ ବିଜେପି ସହ ହାତ ମିଳାଇଛନ୍ତି । ଏପରିକି ବାହାମସ ଅର୍ଥ କାରବାରରେ ତଦନ୍ତ ଚାଲୁଥିବାରୁ ସେ ବିଜେପି ସହ ମିଶି ନିଜ ବ୍ୟବସାୟକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି । ଏଥିସହିତ ବୈଜୟନ୍ତ ସମ୍ଭବତଃ ବହୁ ପୂର୍ବରୁ ଏ ସଂପର୍କରେ ସୁରାକ ପାଇଥିଲେ । ଯେଉଁଥିପାଇଁ ସେ ୨୦୧୪ରୁ ବିଜେପିରେ ଯୋଗଦେବା ପାଇଁ ଚକ୍ରାନ୍ତ କରୁଥିଲେ ।

ବିଜେପି ସହ ସୁସଂପର୍କ ପାଇଁ ସେ ନିଜ ଲେଖା ମାଧ୍ୟମରେ କେନ୍ଦ୍ରୀୟ ନେତାମାନଙ୍କୁ ପ୍ରଶଂସା କରିଥିଲେ । ଏଥିସହ ସେ ଦଳ ବିରୋଧୀ କାର୍ଯ୍ୟରେ ରହିଥିବାରୁ ୨୦୧୮ ଜାନୁଆରୀ ୧୮ ତାରିଖରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ବିଜେଡି ପୂର୍ବରୁ ବୈଜୟନ୍ତଙ୍କ ସଂପର୍କରେ ଯାହା ଅଭିଯୋଗ କରୁଥିଲା ଆଜି ବିଜେପିରେ ସେ ଯୋଗଦାନ ପରେ ତାହା ପ୍ରମାଣିତ ହୋଇଛି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 + three =