ଭଦ୍ରକର ସାଳନ୍ଦୀ ହସ୍ପିଟାଲରେ ଉଦଘାଟନ ହେଲା କୋଭିଡ ହସ୍ପିଟାଲ

ଭଦ୍ରକ : ଉଦଘାଟିତ ହେଲା କୋଭିଡ୍ ହସ୍ପିଟାଲ । ଭଦ୍ରକ ସହରର ସାଳନ୍ଦୀ ହସ୍ପିଟାଲରେ ଉଦଘାଟନ ହେଲା କୋଭିଡ ହସ୍ପିଟାଲ । ଏହି କୋଭିଡ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ରହିଛି ୪ ଆଇସିୟୁ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

ଏହି କୋଭିଡ ହସ୍ପିଟାଲ ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି । ଏଠାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହ ଖାଦ୍ୟ, ପାନୀୟ ଯୋଗାଇ ଦିଆଯିବ । ସମସ୍ତ କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − fourteen =