ସ୍ନେହା ଜନ୍ମଦେଲା ଦୁଇ ଧଳା ବାଘ ଛୁଆ

ଭୁବନେଶ୍ୱର ()ନନ୍ଦନକାନରରେ ଧଳା ବାଘୁଣୀ ସ୍ନେହା ୨ଟି ବାଘଛୁଆଁଙ୍କୁ ଜନ୍ମ ଦେଇଛି । ଆଜି ଭୋର ୩ଟା ୩୮ ଏବଂ ୫ଟା ୪୪ରେ ଦୁଇଟି ବାଘ ଛୁଆ ଜନ୍ମ ଦେଇଛି ସ୍ନେହା । ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ମାଆ ବାଘୁଣୀ ସ୍ନେହା ଉପରେ ନଜର ରଖିଛନ୍ତି । ଏହା ହେଉଛି ‘ସ୍ନେହା’ର ଦ୍ୱିତୀୟ ଗର୍ଭ । ଆଜି ଜନ୍ମିଥିବା ଶାବକ ଦୁଇଟିକୁ ମିଶାଇ ନନ୍ଦନକାନରେ ବାଘସଂଖ୍ୟା ୨୭ ହେଲା ।

ଏବେ ନନ୍ଦନକାନନରେ ୧୩ଟି ସାଧାରଣ ରଙ୍ଗର ବାଘ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ଟି ଅଣ୍ଡିରା ଓ ୮ଟି ମାଈ । ସେଠାରେ ଧଳାବାଘଙ୍କ ସଂଖ୍ୟା ୮। ୮ଟିରୁ ୩ଟି ଅଣ୍ଡିରା ଓ ୫ଟି ମାଈ । କଳାବାଘଙ୍କ ସଂଖ୍ୟା ହେଉଛି ୪ଟି । ସେମାନେ ସମସ୍ତେ ଅଣ୍ଡିରାବାଘ।

Share

Leave a Reply

Your email address will not be published. Required fields are marked *

twelve + 17 =