୩ଟି ବଡ଼ ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ୱର() ଆଜି ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଶିଳ୍ପ ମନ୍ତ୍ରୀ କହିଛନ୍ତି, ହିଣ୍ଡାଲକୋ ପାଇଁ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ହିଣ୍ଡାଲକୋରେ ନିଯୁକ୍ତି ପାଇବେ ୪୨୫୦ଜଣ । ସେହିପରି ଏନଟିପିସି ପାଇଁ ୮ ହଜାର କୋଟ ଟଙ୍କା ଓ ରୁଙ୍ଗଟା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ନୀଳାଚଳ ଇସ୍ପାତ ସଂପ୍ରସାରଣ ନେଇ ପୂର୍ବରୁ ଆଲୋଚନା ହୋଇଥିଲା । ଏଥିପାଇଁ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯାଇଛି । ତେବେ, ଯିଏ ଏହାକୁ ଲାଭଦାୟକ କରିବା ସହ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିବ ଓ ଏବଂ ସ୍ଥାନୀୟ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବ ତାଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।

Share

Leave a Reply

Your email address will not be published. Required fields are marked *

eight − 2 =