ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’

ଭୁବନେଶ୍ୱର: କମିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚିନ୍ତା | କରୋନା କାଳରେ ବିଦ୍ୟାଳୟ ଯାଇ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀଙ୍କ ପରୀକ୍ଷା ଚାପ କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ପ୍ରୟାସ ।ଆଜି ମାଟ୍ରିକ ପରୀକ୍ଷାର୍ଥୀଙ୍କ ନିମନ୍ତେ ସହାୟକ ପୁସ୍ତିକା ପରୀକ୍ଷା ଦର୍ପଣ ଉନ୍ମୋଚିତ ହୋଇଛି ।ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦ୍ୱାରା ଏହି ପୁସ୍ତିକା ଉନ୍ମୋଚିତ ହୋଇଛି | ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ ।

ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ୭୦୦ ପୃଷ୍ଠା ସମ୍ବଳିତ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ।ରାଜ୍ୟର ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇଦେବାକୁ ସରକାର ଯୋଜନା କରିଛନ୍ତି ।ଫେବୃୟାରୀ ୧୫ ସୁଦ୍ଧା ସବୁ ପିଲାଙ୍କ ନିକଟରେ ଏହି ଟେଷ୍ଟ ପେପର ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି | ଫେବୃୟାରୀ ୧୨ ସୁଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ପହଞ୍ଚିବ ଏହି ପୁସ୍ତିକା |

Share

Leave a Reply

Your email address will not be published. Required fields are marked *

1 × 5 =