ସୁଟରରେ କାମ କରୁଥିବା ଓଡିଆ ଶ୍ରମିକଙ୍କ ସମସ୍ୟା ସମାଧାନ ଚିନ୍ତା

ଭୁବନେଶ୍ବର (): ସୁରଟରେ ରହୁଥିବା ଓଡିଆ ଶ୍ରମିକଙ୍କ ସ୍ଥିତି ପରଖିବା ପାଇଁ ଚାରି ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଶନିବାର ସୁରଟରେ ପହଞ୍ଚି ସେଠାକାର ଓଡିଆ ଶ୍ରମିକଙ୍କ ସ୍ଥିତି ଯାଞ୍ଚ କରିଛନ୍ତି। ସେହିପରି ଜିଏସଟିରେ ପ୍ରଭାବିତ ହୋଇଥିବା ଅନେକ ଫ୍ୟାକ୍ଟ୍ରି ମଧ୍ୟ ବୁଲି ଦେଖିଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଗୁଜୁରାଟର ପ୍ରବାସୀ ଓଡିଆ ସମାଜ ଭେଟିଛନ୍ତି । ନବୀନ ନିବାସରେ ଓଡିଶା ବିକାଶ ମଞ୍ଚର ୧୬୦ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଆସୁବିଧା ଜଣାଇଛନ୍ତି । ଜିଏସଟିକୁ ନେଇ ଗୁଜୁରାଟରେ କଳକାରଖାନା ବନ୍ଦ ହୋଇଛି । ଏହାଦ୍ବାରା ଅନେକ ଓଡିଆ ଶ୍ରମିକ ପ୍ରଭାବିତ ହୋଇଛନ୍ତି । ମଂଚ ମୁଖ୍ୟମନ୍ତ୍ରୀଙ୍କୁ ସୁରଟ ଯିବାକୁ ଆମନ୍ତ୍ରଣ କରିଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ସୁରଟ ଯିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଜିଏସଟି ଅଧିନରେ ଆସିବା ପରଠାରୁ ଗୁଜୁରାଟର ଅନେକ ବୟନ ଶିଳ୍ପର ମାଲିକଙ୍କୁ ବ୍ୟବସାୟରେ କ୍ଷତିର ସାମନା କରିବାକୁ ପଡିଛି । କେତେକ କାରଖାନାରେ ଉତ୍ପାଦନ ହ୍ରାସ ହେବା ସହ ତାଲା ଝୁଲାଇବା ପରି ପରିସ୍ଥିତି ଦେଖା ଦେଇଛି। ଏହା ଫଳରେ ସେହି କାରଖାନାରେ କାମ କରୁଥିବା ଓଡିଶାର ପ୍ରାୟ ଦେଢ ଲକ୍ଷ ଶ୍ରମିକ ପ୍ରଭାବିତ ହୋଇଛନ୍ତି। ସେହି ଓଡିଆ ଶ୍ରମିକଙ୍କ ସ୍ଥିତି ବୁଝିବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ଗୁଜୁରାଟ ଗସ୍ତରେ ଯାଇଛନ୍ତି।

ମନ୍ତ୍ରୀ ସେଠାରେ ପହଁଚିବା ପରେ ପ୍ରଥମେ ସୁରଟରେ କାମ କରୁଥିବା ଓଡିଆ ଶ୍ରମିକ ଏବଂ କାରଖାନା ମାଲିକଙ୍କ ସହ ଆଲୋଚନା କରିଥିଲେ। ପରେ ସେ ବିଭିନ୍ନ ସୁତା କଳ ଏବଂ ଅନ୍ୟନ୍ୟ ସ୍ଥାନ ବୁଲି ଦେଖିଥିଲେ। ଏହାପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି।

ଏକା ରିପୋର୍ଟ ଅନୁସାରେ ସୁରଟରେ କାମ କରୁଥିବା ଓଡିଆ ଶ୍ରମିକଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଗଞ୍ଜାମର ବାସିନ୍ଦା। ସେହିପରି ପ୍ରାୟ ୫ଲକ୍ଷ ଲୋକ ସୁରଟର ବୟନ ଶିଳ୍ପ ଉପରେ ନିର୍ଭର କରନ୍ତି। ସେମାନଙ୍କ ପାଇଁ ସରକାର ୬୫୦କୋଟି ଖର୍ଚ୍ଚ କରୁଥିବା ବେଳେ ଜୀବିକା ହରାଇ ଅନେକ ଶ୍ରମିକ ଓଡିଶା ଫେରି ଆସୁଛନ୍ତି।

Share

Leave a Reply

Your email address will not be published. Required fields are marked *

4 × 3 =