ବଲାଙ୍ଗିରରୁ ଲଢିବେ ନରସିଂହ, ସୁନ୍ଦରଗଡରୁ ଜର୍ଜ

ଭୁବନେଶ୍ବର, () ଆସନ୍ତା ସାଧାରଣ ନିର୍ବାଚନରେ ଉଭୟ ବିଜେପି ଏବଂ ବିଜେଡିକୁ ବିଭିନ୍ନ ନିର୍ବାଚନମଣ୍ଡଳୱାରୀ କଡା ଟକ୍କର ଦେବାକୁ ନୂଆ ରଣନୀତି କରିଛି କଂଗ୍ରେସ । ଏହି କ୍ରମରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡିଶ ସଂଗଠନର ଜଣେ ଟାଣୁଆ ନେତା ଭାବେ ପରିଚିତ ଜର୍ଜ ତିର୍କୀ ଏବେ କଂଗ୍ରେସ ଆଡେ ମୁହଁ ବଳାଇଛନ୍ତି । ଖୁବଶୀଘ୍ର ସେ କଂଗ୍ରେସରେ ଯୋଗଦେବେ । ମାତ୍ର ୯ମାସ ତଳେ ସମତାକ୍ରାନ୍ତି ଦଳ ଛାଡି ଜେଏମଏମରେ ଯୋଗ ଦେଇଥିଲେ ଜର୍ଜ । ଅଗଷ୍ଟ ମାସ ଶେଷ ସୁଦ୍ଧା କଂଗ୍ରେସରେ ଯୋଗଦେବେ ଏବଂ ରାଉଲକେଲା ଏମପି ସିଟରୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ଲଢ଼ିବେ।  ସେପଟେ ଆଉ ନିର୍ବାଚନ ଲଢିବେନି ବୋଲି ବିରୋଧୀ ଦଲ ନେତା ନରସିଂହ ମିଶ୍ର ଘୋଷଣା କରିଥିଲେ, ବି ଦଳ ତାଙ୍କୁ ପୁଣି ଥରେ ବଲାଙ୍ଗୀରରୁ ଲଢେଇବାକୁ ଯୋଜନା କରିଛି  ।

ନିକଟେର ଭୁବନେଶ୍ବର ଏକ ହୋଟେଲରେ କଂଗ୍ରେସ ରାଜ୍ୟ ପ୍ରଭାରୀ  ଜିତେନ୍ଦ୍ର ସିଂହ ଏବଂ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି କଂଗ୍ରେସରେ ଯୋଗଦେବା ନେଇ ଆଲୋଚାନ କରିଛନ୍ତି ବିରମିତ୍ରପୁର ବିଧାୟକ ଜର୍ଜ  । କଂଗ୍ରେସ ତାଙ୍କୁ ଗ୍ରୀନ ସିଗନାଲ ଦେବା ସହିତ  ରାଉଲକେଲାରୁ ସାଂସଦ ପ୍ରାର୍ଥୀ କରିବାକୁ ଆଶ୍ବାସନା ଦେଇଛି  । ବୀରମିତ୍ରପୁର ନିର୍ବାଚନ ମଣ୍ତଳୀରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛିଡା କରିବାକୁ କଂଗ୍ରେସ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ମଧ୍ୟ ନିର୍ଭର ପ୍ରତିଶୃତି ମିଳିଛି । ପିସିସି ସଭାପତି ଏହାକୁ ସିଧାସଳଖ ସ୍ବୀକାର କରିନଥିଲେ ବି ର୍ଜଜ ତିର୍କୀ ଦଳ ପାଇଁ ଏକ ବଡ ଆାସେଟ ହେବେ ବୋଲି କହିଛନ୍ତି । ସେ କଂଗ୍ରେସରେ ଯୋଗ ଦେଲେ କଂଗ୍ରେସ ଆହୁରି ସୁଦୃଢ଼ ହେବ। କିନ୍ତୁ ହେମାନନ୍ଦ ବିଶ୍ବାଳ ଜର୍ଜ ତିର୍କୀ କଂଗ୍ରେସ ମିଶିବା ନେଇ ଅରାଜି ଥିବା ଚର୍ଚ୍ଚା ହେଉଛି ।

ସେହିଭଳି ବଲାଙ୍ଗୀରରୁ କଂଗ୍ରେସ ପୁଣି ପ୍ରାର୍ଥୀ ହେବ ନରସିଂହ ମିଶ୍ର। ପ୍ରଥମ ପ୍ରର୍ଯ୍ୟୟ ଟିକେଟ ଘୋଷଣା ବେଳେ ଏନେଇ ଘୋଷଣା ହୋଇପାରେ। ଏପଟେ ପିସିସି ସଭାପତି କହିଛନ୍ତି କଂଗ୍ରେସ ସବୁ ବିଧାୟକଙ୍କୁ ଟିକେଟ ଦେବାକୁ ନିଷ୍ପତି ହୋଇଛି। ଯେହେତୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଗରୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଦଳ ପକ୍ଷରୁ ତାଙ୍କୁ ଛିଡା ହେବାକୁ ଅନୁରୋଧ କରାଯିବ। ଏପଟେ ନରସିଂହ ମିଶ୍ର କହିଛନ୍ତି ଦଳ ଯାହା ନିଷ୍ପତି ନେବେ ସମସ୍ତଙ୍କ ସାଙ୍ଗରେ ଆଲୋଚନା କରି ନିଷ୍ପତି ନେବେ। ଆଉ ସେ ନିଷ୍ପତିକୁ ସମସ୍ତେ ମାନିବାକୁ ବାଧ୍ୟ । ନିର୍ବାଚନ ଛିଡା ହେବା ନେଇ ତାଙ୍କ ସାଙ୍ଗରେ ଦଳ କିଛି ଆଲୋଚନା​‌ କରିନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

୨୦୧୯ ନିର୍ବାଚନରେ ପ୍ରତି ଜିଲ୍ଲା​‌ରେ କଂଗ୍ରେସ କେମତି ଶକ୍ତିଶାଳୀ ପ୍ରାର୍ଥୀ ଦେବ ସେ ନେଇ ଯୋଜନା କରିଛି । ସେଥିପାଇଁ ୯ମାସ ତଳେ ସମତା କ୍ରାନ୍ତି ଦଳ ଛାଡି ଜେଏମଏମ ମିଶିଥିବା ଜର୍ଜ ତିର୍କୀ ଦୁଇଦିନ ତଳେ ଜେଏମଏମରୁ ଇସ୍ତଫା ଦେଇଛନ୍ତି। ଏପଟେ ବଲାଙ୍ଗୀରରେ ବିରୋଧୀ ଦଳ ନେତା ମନା​‌ କରିଥିଲେ ନିର୍ବାଚନ ଲିଢ଼ିବାକୁ ଦଳ ତାଙ୍କୁ ମନାଇଛି।

Share

Leave a Reply

Your email address will not be published. Required fields are marked *

13 + 16 =