କେରଳ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକ ମାସର ଦରମା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାସ୍ତାରେ ଦଳର ସବୁ ବିଧାୟକ ଓ ସାଂସଦ । କେରଳରେ ସୃଷ୍ଟି ହୋଇଥିବା ଭୟାବହ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ 10 କୋଟି ଟଙ୍କାର ଆର୍ଥିକ ସହାୟତା ସାଙ୍ଗକୁ 500 ଟନ ପଲିଥିନ ପ୍ରଦାନ କରିଥିଲେ । ଏବେ ନିଜର ଗୋଟେ ମାସର ଦରମା କେରଳ ବନ୍ୟା ପରର ରିଲିଫ, ଥଇଥାନ ଓ ପୁର୍ନବାସ ପାଇଁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଦଳର ସବୁ ବିଧାୟକ ଓ ସାଂସଦ ମଧ୍ୟ ସେମାନଙ୍କର ଏକ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ କେରଳ ରିଲିଫ ପାଣ୍ଠିକୁ ଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସବୁ ବିଧାୟକ ଓ ସାଂସଦଙ୍କୁ କେରଳ ବନ୍ୟା ପ୍ରଭାବିତଙ୍କ ପାଇଁ ଏକ ମାସର ଦରମା ଦାନ କରିବାକୁ ଆହ୍ବାନ କରିଥିଲେ ।

କେରଳ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ ଅନୁଯାୟୀ ପ୍ରାୟ 21ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏହାଭିଲ ପ୍ରାୟ ଏକ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଥିଲା ବେଳେ 10ହଜାର କିଲୋମିଟରର ରାଜପଥ ଧୋଇ ହୋଇଯାଇଛି । ହଜାର ହଜାର ଏକର ଚାଷଜମୀରେ ଫସଲ ମଧ୍ୟ ଧୋଇ ହୋଇଯାଇଛି । ଏହାର ମୁକାବିଲା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଖୁଣ୍ଟ ଭଲି ସହୟତାର ହାତ ବଢାଇଛନ୍ତି । କାରଣ ସେ ବୁଝିଛନ୍ତି ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା କଣ ।

ଏଭିତରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ ହୋଇଥିବା ରାଜ୍ୟର 3ଜଣ ବିଧାୟକ ସେମାନଙ୍କ ପୁରସ୍କାର ରାଶିକୁ ମୁଖ୍ୟମନ୍ତ୍ରୀଙ୍କ କେରଳ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଯେଉଁଦିନ ଏହି ପୁରସ୍କାର ମିଳିଲା ସେହିଦିନ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପାଇଥିବା 1 ଲକ୍ଷ ଟଙ୍କା ପୁରସ୍କାର ରାଶି କେରଳ ବନ୍ୟା ପ୍ରପିଡିତଙ୍କ ସହାୟତା ପାଇଁ ଦାନ କରିଥିଲେ । ପରବର୍ତ୍ତି ସମୟରେ ବିଧାୟକ ସମୀର ଦାସ ଓ ପ୍ରଶାନ୍ତ ମୁଦୁଲି 40ହଜାର ଟଙ୍କା ଲେଖାଏଁ ଦାନ କରିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

two × three =