ରାଜନୀତିରେ ଅଭିନେତ୍ରୀ ଫେଲ

ଭୁବନେଶ୍ବର()  ଓଲିଉଡ୍ ଦୁନିଆର ପ୍ରତିଷ୍ଠିତଜଗତରୁ ରାଜନୀତି ମୈଦାନକୁ ଓହ୍ଲାଇ ଥିବା ଦୁଇ ଅଭିନେତ୍ରୀ ରାଜନୀତିରେ ଫେଲ ମାରିଛନ୍ତି । ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତରରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦୀତା କରିଥିଲେ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି । ସେହିଭଳି ଅନ୍ୟଜଣେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦୀତା କରିଥିଲେ ମଧ୍ୟ ବିଜେଡି ହେଭିୱେଟ୍ ସୂର୍ୟ୍ୟପାତ୍ରଙ୍କ ଠାରୁ ପରାଜିତ ହୋଇଛନ୍ତି । ତେବେ ଉଭୟ ନିଜର ଅଭିନୟୟ ଜରିଆରେ ଲୋକଙ୍କ ହୃଦୟ ଜିଣିଥିଲେ ମଧ୍ୟ ରାଜନୀତି ରଙ୍ଗମଞ୍ଚରେ ଜନତା ଜନାର୍ଦ୍ଦନଙ୍କ ହୃଦୟ ଜିଣିପାରି ନାହାନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =