ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ ହେବ

ଶ୍ରୀମନ୍ଦିର ସୁରକ୍ଷାର ହେବ ଯାଂଚ । ଆଜି ଦିଲ୍ଲୀରୁ ଆସୁଛନ୍ତି ଏନଏସଜି ଟିମ୍ । ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଂଚ କରିବାକୁ ଆଜି ଦିଲ୍ଲୀରୁ ଆସୁଛନ୍ତି ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଟିମ୍ । ଏହି ଟିମ୍ ଦୁଇ ଦିନ ପୁରୀରେ ରହିବା ସହ ଶ୍ରୀମନ୍ଦିର ଭିତର ଓ ବାହାର ନିରାପତ୍ତା ବ୍ୟବସ୍ଥାର ଟିକିନିଖି ଯାଂଚ କରିବେ ।ଏନଏସଜିର ତିନି ଜଣିଆ ଟିମ୍ ଆଜି ପୁରୀରେ ଆସି ପହଂଚିବେ । ଆସନ୍ତାକାଲି ଓ ୨୫ ତାରିଖ ଦୁଇ ଦିନ ଧରି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରାଯିବ । ବର୍ଷ ୨୦୧୩ରେ ଇଣ୍ଡିଆନ୍ ମୁଜାହିଦ୍ଦିନର ଦୁଇ ଜଣ ଆତଙ୍କବାଦୀ ପୁରୀରେ ରହିଥିବା ନେଇ ବୟାନ ଦେବା ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଅଗଷ୍ଟ ୨୬, ୨୦୧୭ ମସିହାରେ ଏନଏସଜିର ତିନି ଜଣିଆ ଟିମ୍ ଆସି ଯାଂଚ କରିଥିଲେ । ତାର ୨ ମାସ ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କ’ଣ ଅଛି ଓ ଏହା ପାଇଁ କ’ଣ କ’ଣ କରିବା ଆବଶ୍ୟକ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଏସପିଙ୍କୁ ମଧ୍ୟ ରିପୋର୍ଟ ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିନି । ଶ୍ରୀମନ୍ଦିର ପ୍ରବେଶ ପଥରେ କଟକଣା କରିବା ଠାରୁ ଆରମ୍ଭ କରି ଆବଶ୍ୟକୀୟ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନେଇ ଯାହା ରିପୋର୍ଟ ଦିଆଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି । ଏନଏସଜି ପକ୍ଷରୁ ବାରମ୍ବାର ରିପୋର୍ଟ ଦିଆଯାଉଥିବା ସତ୍ୱେ କିଛି ଆଖିଦୃଶିଆ ସୁରକ୍ଷା ବ୍ୟବସ୍ଥା କରାଯାଉନଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

five × five =