ବ୍ରହ୍ମପୁର-ସୁରଟ ମଧ୍ୟରେ ଦୈନିକ ଦୁଇଟି ଟ୍ରେନ ଦାବି

ଭୁବନେଶ୍ବର (): ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଦୈନିକ ଦୁଇଟି ଟ୍ରେନ୍ ଚଳାଚଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ସୁରଟର ସୂତାକଳ ଓ ହୀରା କଟିଂ କାରଖାନାରେ ୭ ଲକ୍ଷରୁ ଅଧିକ ଓଡିଆ କାମ କରୁଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ଗଂଜାମ ଜିଲ୍ଲାର ଲୋକ ଅଛନ୍ତି । ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଏବେ ଗୋଟିଏ ବି ଟ୍ରେନ ଚଳାଚଳ କରୁନାହିଁ । ଓଡିଶାରୁ ମାତ୍ର ତିନିଟି ଟ୍ରେନ ସପ୍ତାହର କିଛିଦିନ ଗୁଜରାଟକୁ ଯାତାୟତ କରୁଛି । ଏହି ଟ୍ରେନଗୁଡିକ ମଧ୍ୟରୁ ପୁରୀ-ଅହମଦାବାଦ ଏକ୍ସପ୍ରେସ ସପ୍ତାହରେ ୪ଦିନ ଚାଲିଥିବା ବେଳେ ପୁରୀ ଓଖା ଏକ୍ସପ୍ରେସ ସପ୍ତାହରେ ଦିନେ ଓ ପୁରୀ ଗାନ୍ଧୀଧାମ ଏକ୍ସପ୍ରେସ ସପ୍ତାହରେ ଦିନେ ଚାଲୁଛି । ଫଳରେ ସୁରଟରେ କାମ କରୁଥିବା ଓଡିଆମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ଦୁଇଦିନ ତଳେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିଲେଖି ଭୁବନେଶ୍ବର ଏବଂ ସୁରଟ ମଧ୍ୟରେ ବିମାନ ଚଳାଚଳ ପାଇଁ ଅନୁରୋଧ କରିଥିଲେ । ସୁରଟରେ ରହୁଥିବା ପ୍ରବାସୀ ଓଡିଆ ସମାଜ ଗତ କାଲି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସୁରଟରେ ରହୁଥିବା ଓଡିଆଙ୍କ ଅସୁବିଧା ସମ୍ପର୍କରେ ଅବଗତ କରିଥିଲେ । ସୁରଟ ଯାଇ ଲୋକଙ୍କ ଅସୁବିଧା ଦେଖିବା ପାଇଁ ମଧ୍ୟ ପ୍ରବାସୀ ଓଡିଆ ସମାଜ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଥିଲା ।

Share

Leave a Reply

Your email address will not be published. Required fields are marked *

five × four =