ନବୀନଙ୍କ ସମର୍ଥନ ମାଗିଲେ ନୀତିଶ

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଥା ହୋଇଛନ୍ତି । ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଥିବା ଜଣାଯାଇଛି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମର୍ଥନ ଲୋଡ଼ିଛନ୍ତି । ଗତ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କୁ ବିଜେଡି ସମର୍ଥନ କରିଥିଲା । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ମତାମତ ଜଣାପଡ଼ିନାହିଁ ।

Share

Leave a Reply

Your email address will not be published. Required fields are marked *

five × two =