ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ସତର୍କତା ଅବଲମ୍ବନ କରି ଉପଭୋକ୍ତାଙ୍କୁ ସେବା ଯୋଗାଉଛନ୍ତି ଓଡ଼ିଶା ଡିସକମ୍ ର ୨୫୦୦୦ ଲାଇନମ୍ୟାନ

ଭୁବନେଶ୍ୱର, ଏପ୍ରିଲ ୨୪, ୨୦୨୪ – ତାପମାତ୍ରା ବଢୁଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱରକୁ ଦେଶର ଉତ୍ତପ୍ତ ସହର ମଧ୍ୟରେ ସ୍ଥାନିତ କରିଛି । ଏଭଳି ସମୟରେ ଏସି ଓ କୁଲରର ଅତ୍ୟଧିକ ବ୍ୟବାହାର ଦ୍ୱାରା ସମଗ୍ର ରାଜ୍ୟରେ ବିଦ୍ୟୁତ ଚାହିଦାରେ ଆହେତୁକ ବୃଦ୍ଧି ଘଟିଛି ।

ବଢୁଥିବା ବିଦ୍ୟୁତ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟର ଶକ୍ତି କ୍ଷେତ୍ରର ଆଗଧାଡ଼ିର ହିରୋ, ଓଡ଼ିଶା ଡିସକମ୍ ର ଉତ୍ସର୍ଗୀକୃତ ଲାଇନମ୍ୟାନମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି । ରକ୍ଷଣାବେକ୍ଷଣ ଆବଶ୍ୟକଥିବା ସ୍ଥାନଗୁଡିକରେ ଶୀଘ୍ର ପହଞ୍ଚି ରାଜ୍ୟକୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିସକମ୍ ର କର୍ମଚାରୀମାନେ, ବିଶେଷକରି ଲାଇନମ୍ୟାନମାନେ ଦିନରାତି କାର୍ଯ୍ୟ କରୁଛନ୍ତି ।

ଟିପି ସେଂଟ୍ରାଲ, ଟିପି ସଦର୍ଣ୍ଣ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ଡିସକମ୍ ସହିତ ଜଡିତ ୨୫୦୦୦ ରୁ ଅଧିକ ଗ୍ରାଉଣ୍ଡ କର୍ମଚାରୀ ଓଡ଼ିଶାର ପ୍ରାୟ ୫ କୋଟି ଜନସଂଖ୍ୟାକୁ ଉତ୍ତମ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରୁଛନ୍ତି । ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ମଧ୍ୟ ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ କାମ କରିବା ଉପରେ ବାରଣ କରିଛନ୍ତି ।

ଅତ୍ୟଧିକ ଉତ୍ତାପ ସତ୍ୱେ ବଢୁଥିବା ବିଦ୍ୟୁତ୍ ଚାହିଦା କୁ ପୂରଣ କରିବାପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲାଇନମ୍ୟାନଙ୍କ ପ୍ରତି ଥିବା ବିପଦକୁ ଧ୍ୟାନରେ ରଖି ଓଡ଼ିଶା ଡିସକମ୍ ସେମାନଙ୍କ କଲ୍ୟାଣ ପାଇଁ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ ଡିସକମ୍ ଗୁଡିକ ପକ୍ଷରୁ ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯେଉଁଥିରେ ‘ଟୁଲ୍ ବକ୍ସ ଟକ୍‌’ ଅନ୍ତର୍ଭୁକ୍ତ । ‘ଟୁଲ୍ ବକ୍ସ ଟକ୍‌’ ରେ ସୁପରଭାଇଜରମାନେ ଖରା ପାଇଁ ବିଭିନ୍ନ ନିରାପତ୍ତା ବ୍ୟବସ୍ଥା ,ପ୍ରବଳ ତାତିରେ କାର୍ଯ୍ୟ କରିବା ସମୟରେ ବିପଦକୁ ହ୍ରାସ କରିବା ପାଇଁ ଆବଶ୍ୟକ ଜ୍ଞାନ ଏବଂ ଉପକରଣ ବିଷୟରେ ସୂଚନା ଦେଇଥାନ୍ତି । ଏଥିସହିତ ଡିସକମ୍ ଗୁଡିକ ମଧ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପୋଷ୍ଟର, ବ୍ୟାନର ଏବଂ ହ୍ୱାଟ୍ସଆପ୍ ବାର୍ତା ମାଧ୍ୟମରେ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି ।

ଏହି ଗ୍ରୀଷ୍ମ ନିରାପତ୍ତା ପ୍ରୟାସର ଏକ ଅଂଶ ଭାବରେ ଲାଇନମ୍ୟାନମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ ଯଥାକ୍ରମେ ହେଲମେଟ, ପାଣି ବୋତଲ, ଓଆରଏସ ପ୍ୟାକେଟ ଏବଂ ବ୍ୟକ୍ତିଗତ ସୁରକ୍ଷା ପାଇଁ ଫାଷ୍ଟ ଏଡ ସାମଗ୍ରୀ ଯୋଗାଇ ଦିଆଯାଇଛି । ପ୍ରବଳ ଖରାରେ ସେମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟ କରିବାକୁ ପଡୁଥିବାରୁ ଅଂଶୁଘାତ ସମ୍ବନ୍ଧୀୟ ବିଶେଷ ପ୍ରଶିକ୍ଷଣ ଦିଆଯାଉଛି ଯାହା ସେମାନଙ୍କୁ ଉତ୍ତାପ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତିକୁ ତୁରନ୍ତ ଚିହ୍ନିବା ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାରେ ସାହାଯ୍ୟ କରିବ ।

ଓଡ଼ିଶା ଡିସକମଗୁଡିକର ଲାଇନମ୍ୟାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରତିବଦ୍ଧତା ଏଭଳି ଆହ୍ୱାନପୂର୍ଣ୍ଣ ସମୟରେ ଆଶାର ଏକ ଆଲୋକ ଭାବରେ କାର୍ଯ୍ୟ କରୁଛି । ସମସ୍ତ ସୁରକ୍ଷା ନିୟାମକ ପାଳନ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଲାଇନମ୍ୟାନ ମାନେ ସର୍ବଦା ପ୍ରତିବଦ୍ଧ ।

Share

Leave a Reply

Your email address will not be published. Required fields are marked *

six + 5 =