୧୯୬୨ ଭାରତ ଚୀନ ଯୁଦ୍ଧରେ ବିଜୁଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର() ବିଜୁବାବୁଙ୍କୁ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନ ମିଳିବା ପଛର କାହାଣୀ ସମସ୍ତେ ଉଣା ଅଧିକେ ଜାଣିଛନ୍ତି । କିନ୍ତୁ ବିଜୁ ବାବୁ ୧୯୬୨ ଭାରତ ଚୀନ ଯୁଦ୍ଧରେ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସେ ନେଇ ବହୁ ଲୋକ ଜାଣି ନାହାନ୍ତି । ଅବସରପ୍ରାପ୍ତ ନୌସେନା ଅଧିକାରୀ କମୋଡର ରଞ୍ଜିତ ରାୟ ଏକ ଭିଡିଓ ବାର୍ତ୍ତାରେ ବିଜୁ ବାବୁ କିପରି ଏଷ୍ଟାବ୍ଲିସମେଣ୍ଟ ୨୨ ଗଠନ କରିଥିଲେ ଏବଂ ଏହା ଗଠନ ପଛର କାହାଣୀ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି  ।
ଏବେ ଭାରତ-ଚୀନ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ୧୯୬୨ ମସିହାରେ କିପରି ଚୀନ ସେନାକୁ ମୁକାବିଲା ପାଇଁ ବିଜୁବାବୁ ରଣନୀତି ପ୍ରସ୍ତୁତ କରିଥିଲେ ତାହା ସେ କହିଛନ୍ତି । ତକ୍ରାଳୀନ ଆଇବି ମୁଖ୍ୟ ଭୋଳାନାଥ ମଲ୍ଲିକ ଏବଂ ବିଜୁ ବାବୁଙ୍କ ଉଦ୍ୟମ ଯୋଗୁଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏଷ୍ଟାବ୍ଲିସମେଣ୍ଟ ୨୨ ଗଠନ କରିବାକୁ ଅନୁମତି ଦେଇଥିଲେ  । ଏହା ଭାରତୀୟ ସେନାର ଅତ୍ୟନ୍ତ ଗୋପନୀୟ ଗରିଲା ବାହିନୀ ଥିଲା  । କେବଳ ଏତିକି ନୁହେଁ, ବିଜୁ ବାବୁ ଡାକୋଟା ବିମାନ ଉଡ଼ାଇ ସୀମାରେ ଯବାନଙ୍କୁ ଖାଦ୍ୟ ଯୋଗାଉଥିଲେ  । ତାଙ୍କ ଭଳି ସାହସୀ ଓ ବୁଦ୍ଧିମାନ ରାଜନେତା କ୍ୱଚିତ ଦେଖିବାକୁ ମିଳନ୍ତି  ।

Share

Leave a Reply

Your email address will not be published. Required fields are marked *

four + fifteen =