ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୯୯୩କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପିଥିବା ନେଇ ସୂଚନା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୯୯୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮ହଜାର ୮୮୪କୁ ବୃଦ୍ଧି ପାଇଛି । ୨୪ଘଣ୍ଟାରେ ସର୍ବାଧିକ ୧୧ହଜାର ୪୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୮୬ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧ଲକ୍ଷ ୪୫ହଜାର ୭୭୯ ଜଣ ଚିକିତ୍ସାଧୀନ ଥିବା ବେଳେ ୧ଲକ୍ଷ ୫୪ହଜାର ୩୩୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୩୭୧୭, ଗୁଜୁରାଟରେ ୧୪୧୫, ଦିଲ୍ଲୀରେ ୧୨୧୪, ମଧ୍ୟପ୍ରଦେଶରେ ୪୪୦, ରାଜସ୍ଥାନରେ ୨୭୨ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

8 + eight =