ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ

ଗତକାଲି ନୂଆପଲ୍ଲୀ ସ୍ଥିତ ଭଡାଘରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ବନ୍ଦ ଘର ଭିତରେ ରଶ୍ମୀରେଖାଙ୍କ ମୃତ ଦେହ ଝୁଲୁଥିବା ଦେଖି ଘର ମାଲିକ ପୋଲିସକୁ ଖବର ଦେଇଥିଲେ । ତେବେ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଏକାଠି ରହୁଥିଲେ । ଘର ପାଖ ଲୋକେ ସେମାନଙ୍କୁ ସ୍ବାମୀ ସ୍ତ୍ରୀ ଭାବେ ଧରି ନେଇଥିଲେ । ମାତ୍ର ରଶ୍ମୀରେଖାଙ୍କ ପରିବାର ଲୋକ ରଶ୍ମୀଙ୍କ ବିବାହ କଥା ଜାଣି ନ ଥିଲେ ବୋଲି କହିଛନ୍ତି । ରଶ୍ମୀରେଖା ସୁଇସାଇଡ୍ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖଥିବା କୁହାଯାଉଥିବା ବେଳେ ରଶ୍ମୀଙ୍କ ମୃତ୍ୟୁ ପଛର କାରଣ ଖୋଜୁଛି ପୋଲିସ । ରଶ୍ମୀଙ୍କ ପରିବାର ଲୋକେ ଝିଅର ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କୁ ହତ୍ୟାକାରୀ ବୋଲି ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 − 1 =