କୋ-ୱିନ୍ ଆପରେ ଟିକା ପାଇଁ ପଞ୍ଜିକରଣ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା । ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ ମାଗଣା ପାଇଁ ସରକାର ଘୋଷଣା କରିବା ପରେ ଟିକାକରଣ ନିମନ୍ତେ ପଞ୍ଜିକରଣ ବିଷୟରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ପ୍ରଦାନ କରିଛନ୍ତି | ଆସନ୍ତା ୨୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କୋ-ୱିନ୍ ଆପରେ ପଞ୍ଜିକରଣ ହେବ ।

୧୮ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକା ନେବାକୁ ହେଲେ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ । ପଞ୍ଜୀକରଣ ଆଧାରରେ ବିଭିନ୍ନ ହସ୍ପିଟାଲ ଗୁଡିକରେ ସ୍ଲଟ ଦିଆଯିବ । ଯେଉଁଠିକୁ ଯାଇ ଟିକା ନେଇପାରିବେ ପଞ୍ଜୀକରଣ କରିଥିବା ବ୍ୟକ୍ତି । କୋ-ୱିନ୍ ଆପରେ ଗୋଟିଏ ପଞ୍ଜିକରଣ ଓ ଆପଏଣ୍ଟମେଣ୍ଟ ପ୍ରକ୍ରିୟା ରହିଛି । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ୍ ବୁକ୍ କରାଯିବ । ଟିକା ଆସିବା ପରେ କେଉଁ ଦିନ କେଉଁଠି ନେବେ ମେସେଜରେ ଜଣାଯିବ । ଯେତିକି ପରିମାଣର ଟିକା ମିଳିବ, ୩ ପର୍ଯ୍ୟାୟ ଟିକାକରଣ ନିର୍ଭର କରିବ ।

Share

Leave a Reply

Your email address will not be published. Required fields are marked *

19 + five =