୧୨ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ବର () ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବରେ ବାଜିଲା ମୋହର । ଫୁଲବାଣୀ, କୋରାପୁଟ ମେଡିକାଲ କଲେଜ ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ ମଂଜୁରୀ ମିଳିଛି । ୬୮୦ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟର ମଂଜୁରୀ ମିଳିଛି । ଫୁଲବାଣୀରେ ୧୦୦, କୋରାପୁଟରେ ୬୫୦ ଶଯ୍ୟାର ମେଡିକାଲ କଲେଜ ତିଆରି ହେବ। ସାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀକୁ ନିର୍ମାଣ ଦାୟିତ୍ବ ମିଳିଛି। ୩୬ ମାସରେ ନିର୍ମାଣ କାମ ସରିବା ପାଇଁ ଲକ୍ଷ୍ୟ ରହିଛି। ଓଡ଼ିଶା ବୈଷୟିକ ଶିକ୍ଷାନୁଷ୍ଠାନ ଆଇନରେ ସଂଶୋଧନକୁ ମଂଜୁରୀ ମିଳିଛି। ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିଛନ୍ତି ସରକାର । ଓଡ଼ିଶା ଡିପ୍ଲୋମା ଯାନ୍ତ୍ରିକ ସେବା ନିୟମରେ ସଂଶୋଧନକୁ ମଧ୍ୟ ମଂଜୁରୀ ମିଳିଛି। କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି ଅବଧି ୧ ବର୍ଷକୁ ହ୍ରାସ କରାଯାଇଛି। ସହକାରୀ ଯନ୍ତ୍ରୀ ପଦସଂଖ୍ୟା ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦୋନ୍ନତିକୁ ୪୦%କୁ ବୃଦ୍ଧି କରାଯାଇଛି। ଏଥିସହ କୃଷି ନୀତି ୨୦୨୦- ସମୃଦ୍ଧିକୁ କ୍ୟାବିନେଟ ମଂଜୁରୀ ମିଳିଛି। ଯୁବକ ଯୁବତୀଙ୍କୁ କୃଷିକ୍ଷେତ୍ରରେ ସ୍ବାବଲମ୍ବୀ କରାଇବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। କୃଷିକୁ ରପ୍ତାନୀଭିତ୍ତିକ କରିବା ପାଇଁ ନୂଆ କୃଷିନୀତିର ଉଦ୍ଦେଶ୍ୟ ରହିଛି । କୃଷିକ୍ଷେତ୍ରରେ ସରକାରୀ ଓ ଘରୋଇ ପୁଞ୍ଜିନିବେଶ ହେବ। ଏହାଦ୍ବାରା କୃଷିଦ୍ରବ୍ୟର ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ପାଇଁ ନିଯୁକ୍ତି ସୁଯୋଗକୁ ପ୍ରାଧାନ୍ୟ ଦିଆଯାଇପାରିବ ।

Share

Leave a Reply

Your email address will not be published. Required fields are marked *

4 × one =