ବାଇଗଣବାଡ଼ିରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ବଲାଙ୍ଗୀର: ଥମିବାର ନାଁ ଧରୁନି ଲଜ୍ଜା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଚେତୁ ନାହାନ୍ତି । ସାମାନ୍ୟ ଦେହର ସୁଖ ଲାଗି ମଣିଷରୁ ପାଲଟି ଯାଉଛନ୍ତି ପଶୁ । କିଛି କ୍ଷଣର ସୁଖ ଲାଗି ଦେଖୁ ନାହାନ୍ତି ବୟସର ତାରତମ୍ୟ । ଦୁଷ୍କର୍ମକାରୀଙ୍କ ଲୋଲୁପ ଦୃଷ୍ଟିରୁ ବାଦ ପଡ଼ୁନାହାନ୍ତିି ନାବାଳିକା । ତେବେ ଜଣେ ନାବାଳିକାଙ୍କୁ ୪ ଜଣ ମିଶି ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାନୀୟ ଘଟଣା । ତେବେ ଝିଅଟି କୌଶଳକ୍ରମେ ସେମାନଙ୍କ ନିକଟରୁ ଖସି ଆସିବା ପରେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିିଛି । ଅଭିଯୁକ୍ତମାନେ ହେଲେ ସୁଦାମ ପଟେଲ ( ୨୦ ) , ବିପିନ ପଟେଲ ( ୨୫ ) , ସୁଶାନ୍ତ ପଟେଲ ( ୧୯ ) ଓ କବଲ୍ୟ ପଟେଲ ( ୨୦ )। ଲରମ୍ଭା ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ପୁଲିସ ଏହି ୪ ଜଣ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି । ବଲାଙ୍ଗୀର କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବଲାଙ୍ଗୀର ଜେଲକୁ ପଠାଇ ଦିଆଯାଇ ଥିବା ଥାନା ଅଧିକାରୀ ବାରିଣୀ ଦାସ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

five × 2 =