ମାଲେରିଆ ନିରାକରଣରେ ଓଡିଶା ଆଗରେ

ଭୁବନେଶ୍ବର ()  ମାଲେରିଆ ନିରାକରଣରେ ଓଡିଶା ସର୍ବଭାରତୀୟ ସ୍ତରରେ ରେକର୍ଡ କରିଛି । ବିଶ୍ବର 11ଟି ମାଲେରିଆ ପ୍ରବଣ ଦେଶମାନଙ୍କ ମଧ୍ୟରେ ଭାରତ ମାଲେରିଆ ନିରାକରଣରେ ସର୍ବାଧିକ ସଫଳତା ପାଇଛି । 2016 ତୁଳନାରେ 2017ରେ ଦେଶରେ ମାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା 24 ପ୍ରତିଶତ ହ୍ରାସ ପାଇଛି ଏବଂ ଦେଶରେ ଓଡିଶାର ପ୍ରଦର୍ଶନ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସର୍ବୋତ୍କୃଷ୍ଠ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରେ କୁହାଯାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଭାରତ ଏକମାତ୍ର ମାଲେରିଆ ପ୍ରବଣ ଦେଶ ଯାହାକି ନିରାକରଣ ଦିଗରେ ସଫଳତାର ସହ ଅଗ୍ରସର ହେଉଛି । 2017ରେ ଦେଶରେ 3ଲକ୍ଷ 23ହଜାର 800 ଜଣ ମାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ 2018ରେ ମାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା 55 ହଜାର 365କୁ ହ୍ରାସ ପାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାଲେରିଆରେ ମୃତ୍ୟୁ ସଂଖ୍ୟା ଏକ ଅଙ୍କକୁ ହ୍ରାସ ପାଇଛି ।

ଦକ୍ଷ ସ୍ବାସ୍ଥ୍ୟ କର୍ମୀ, ନିର୍ଦ୍ଧାରିତ ସମୟରେ ଚିହ୍ନଟ ଓ ଚିକିତ୍ସା ଯୋଗୁଁ ଓଡିଶାରେ ମାଲେରିଆ ଭଳି ମାରାତ୍ମକ କିନ୍ତୁ ଚିକିତ୍ସଯୋଗ୍ୟ ରୋଗର ନିରାକରଣରେ ବିରାଟ ସଫଳତା ମିଳିଛି । ଏହି ରିପୋର୍ଟ ଅନୁଯାୟୀ ଦେଶରେ 1.25 ନିୟୁତ ଲୋକ ଏବେ ବି ସମ୍ବେଦନଶୀଳ ସ୍ଥିତିରେ ଅଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ବିଶ୍ବର 70 ପ୍ରତିଶତ ମାଲେରିଆ ଆକ୍ରାନ୍ତ 11ଟି ଦେଶରେ ଅଛନ୍ତି । 2017ରେ 151 ନିୟୁତ ମାଲେରିଆ ଆକ୍ରାନ୍ତ କେବଳ ଏହି 11ଟି ଦେଶରେ ଚିହ୍ନଟ ହୋଇଥିଲେ । ଏବଂ ଏହି 11ଟି ଦେଶରେ ମାଲେରିଆ ମୃତ୍ୟୁ ସଂଖ୍ୟା ଥିଲା 2ଲକ୍ଷ 74ହଜାର ।

Share

Leave a Reply

Your email address will not be published. Required fields are marked *

1 × two =