ସ୍ତ୍ରୀର ପରକିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ମୟୂରଭଞ୍ଜ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସ୍ୱାମୀ । ପରପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ୪ ନମ୍ବର ୱାର୍ଡରେ ଘଟିଛି ଏହି ଘଟଣା । ତେବେ ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ହେଲେ ସୁମିତ ପୃଷ୍ଟି । ସେପଟେ ଗୁରୁତର ଆହତ ହୋଇଥିବା ଯୁବକ ହେଲେ କୁମ୍ପୁଟର ଦୋକାନୀ ନିଯୁତ ସ୍ୱାଇଁ । ଥାନାରେ ସେ ଅଭିଯୋଗ କରିବା ପୋଲିସ ସୁମିତଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସୂଚନା ମୁତାବକ, ଆକ୍ରମଣକାରୀ ବ୍ୟକ୍ତି ଜଣକ ବହୁବାର ନିଜ ସ୍ତ୍ରୀର ପରକୀୟା ପ୍ରୀତି ନେଇ ଫୋନରେ କଟୁ ମନ୍ତବ୍ୟ ଦେଇ ଆସୁଥିଲେ। ଆଉ ଗତକାଲି ମଧ୍ୟ ସେହିପରି ଅସଭ୍ୟ ଭାଷା ସବୁ ଫୋନରେ କହିବା ପରେ ଉତକ୍ଷିପ୍ତ କମ୍ପୁଟର ଦୋକାନୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। ଆଉ ଏହି ସମୟରେ ପୂର୍ବରୁ ସନ୍ଦେହରେ ଅତିଷ୍ଠ ଥିବା ବ୍ୟକ୍ତି ଜଣକ କଟୁରି ସାହାଯ୍ୟରେ ଆକ୍ରମଣ କରିଥିଲେ।ତେବେ ଏସବୁ ଭିତରେ କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିବା କମ୍ପୁଟର ଦୋକାନୀ ସଙ୍ଗେସଙ୍ଗେ କରଞ୍ଜିଆ ଥାନାକୁ ଯାଇ ଲିଖିତ ଏତଲା ଦେବା ପରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ବ୍ୟକ୍ତିକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଆଜି ସେହି ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

10 − eight =