ଲୋକଙ୍କ ସରକାର ହେଉଛି ‘ମୋ ସରକାର’

ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ

ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ରାଜ୍ୟର ସମସ୍ତ 635 ଥାନା ଅଧିକାରୀମାନଙ୍କ ସହତି ଭିଡିଓ କନଫରେନସିଂ ଜରିଆରେ ମୋ ସରକାର କାର୍ଯ୍ୟକ୍ରମର ଗୁରୁତ୍ବପୂର୍ଣ୍ଣ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଅକ୍ଟୋବର 2 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ବାବଦରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅକ୍ଟୋବର ଦୁଇ ଗନ୍ଧୀ ଜୟନ୍ତୀରୁ ସେ ପ୍ରତିଦିନ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ 10 ଜଣଙ୍କୁ ଫୋନ କରି ସେମାନେ ଥାନାରେ କିପରି ବ୍ୟବହାର ଓ ସେବା ପାଇଲେ ସେ ବିଷୟରେ ପଚାରି ବୁଝିବେ ।

ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର । ମୋ ସରକାର ହେଉଛି ସେମାନଙ୍କ ସରକାର । ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛି, ପୋଲିସ ଷ୍ଟେସନ ଚାଲୁଛି । ତେଣୁ ସୋନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ବ । ଯେତେବେଳେ କୌଣସି ଅଭିଯୋଗକାରୀ ଥାନାକୁ ଆସୁଛି, ସେତେବେଳେ ସେମାନଙ୍କୁ ଆମେ ସମ୍ପୁର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହଥିଲେ । ଉତ୍ତମ ପ୍ରଶାସନର ହଲମାର୍କ ହେଉଛି ନାଗରିକ ସନ୍ତୋଷ । ଥାନାକୁ ପ୍ରତିଦିନ ଆସୁଥିବା ଲୋକଙ୍କୁ କେମିତି ବ୍ୟବହାର ମିଳେ ତାହା କେହି ଜାଣନ୍ତିନାହିଁ । ସେମାନଙ୍କ ମତାମତ ନେବାର ମଧ୍ୟ ବ୍ୟବସ୍ଥା ନାହିଁ । ସେବା ଉବଲବ୍ଧରେ ଅସନ୍ତୁଷ୍ଟ ହେଲେ ଲୋକେ ଥାନାକୁ ଆସନ୍ତି । କିନ୍ତୁ ସେଠାରେ ବି ଯଦି ସେମାନେ ସନ୍ତୁଷ୍ଟ ନହୁଅନ୍ତି ତେବେ ସେମାନେ ଉପଖଣ୍ଡ ଓ ଜିଲ୍ଲା ପୋଲିସ ପାଖକୁ ଯାଆନ୍ତି । ଏହି ପ୍ରକ୍ରିୟାରେ ଆମେ ପରିବର୍ତ୍ତନ ଚାହୁଁଛୁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ । ଏଥିପାଇଁ ସେ ନିଜେ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଶଂସାପତ୍ର ଦେବେ ଏବେ କାମ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ କରାଯିବ । ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଂଜିକରଣ କରାଯିବ ଏବଂ ଏସପିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବ ।

ମୋ ସରକାର କାର୍ଯ୍ୟକ୍ରମରେ ନାଗିକ କୌଣସି ସେବା ପାଇଁ ସରକାରଙ୍କ ପଛରେ ଗୋଡାଇବ ନାହିଁ । ବରଂ ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇଦେବେ । ମହିଳାମାନଙ୍କ ଅଭିଯୋଗକୁ ପ୍ରଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ସରକାର ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି ।

ପୂର୍ବରୁ ରାଜ୍ୟ ପୋଲିସ ବାମପନ୍ଥୀ ଉଗ୍ରବାଦକୁ ଦମନ କରିବା ହେଉ, ହକି ୱାର୍ଲଡ କପ ପରିଚାଳନାରେ ହେଉ ବା ରଥଯାତ୍ରା ପରିଚାଳନା ହେଉ ସବୁ କ୍ଷେତରରେ ଉଲ୍ଲେଖନୀୟ ସଫଳତା ଦେଖାଇପାରିଛନ୍ତି । ତେଣୁ ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ପୋଲିସ ଖୁବ ସଫଳତାର ସହିତ କାର୍ଯ୍ୟକାରୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ, ପୋଲିସ ଅଧିକାରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରିବା ସହିତ ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉଚିତ । ପି.ଏ.ଆରରେ ସବୁ କର୍ମଚାରୀଙ୍କର 5-ଟି ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ.

ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିା ପାଇଁ ଚାଲିଥିବା ବ୍ୟାପକ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମା ସୂଚନା ଦେବା ସହିତ ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତ୍ରୁତ ସୂଚନା ଏି 5-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ, ମୋ ସରକାର 5-ଟିର କାର୍ଯ୍ୟକ୍ରମର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଂଶ ଏବଂ ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଏଥିରେ ଅଭିଯୋଗକାରୀଙ୍କୁ ଆଉ କୁଆଡେ ଯିବାକୁ ଦରକାର ପଡିବ ନାହିଁ । ପୋଲିସ ଥାନାରେ ତାର ଅଭିଯୋଗକୁ ଗୁରୁତ୍ବ ଦେଇ ତୁରନ୍ତ ପଦକ୍ଷେପ ନେବେ । ଏହା ହିଁ ପରିବର୍ତ୍ତନ । ଥାନା ଓ ଡାକ୍ତରଖାନାକୁ ଲୋକମାନେ ନିଜ ଦୁଃଖ ଓ କଷ୍ଟ ଲାଘବ ପାଇଁ ଆସିଥାନ୍ତି । ତେଣୁ ମୋ ସରକାର କାର୍ଯ୍ୟକ୍ରମ ଏହି ଦୁଇ ବିଭାଗରୁ ହିଁ ପ୍ରଥମେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଥାନାକୁ ଆସୁଥିବା ଅଭିଯୋଗକାରୀରର ମୋବାଇଲ ନମ୍ବରକୁ ମୋ ସରକାର ପୋର୍ଟାଲରେ ତୁରନ୍ତ ପଂଜିକରଣ କରାଯିବ । ମୋ ସରକାର ପୋର୍ଟାଲରେ ମୋବାଇଲ ନମ୍ବର ପଂଜିକରଣ ହେବା ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କ ପାଖକୁ ତୁରନ୍ତ ଏସଏମଏସ ଯିବ । ସୋ ସରକାର ପୋର୍ଟାଲରୁ 10ଟି ନମ୍ବରକୁ ବାଛି ଅଭିଯୋଗକାରୀଙ୍କ ସହିତ ସହିତ ସିଧାସଳଖ କଥା ହେବେ ।

ଯଦି ଅଭିଯୋଗକାରୀର ମୋବାଇଲ ନମ୍ବର ନଥାଏ, ତେବେ ସେ ତାଙ୍କର ଆତ୍ମୀୟମାନଙ୍କ ନମ୍ବର ଦେଇପାରିବେ । ସେହିପରି ଯଦି ଥାନା ଅଧିକାରୀ ଅବହେଳା କ୍ରମେ ଅଭିଯୋଗକାରର ମୋବାଇଲ ମ୍ବର ପଂଜିକରଣ ନକରନ୍ତି, ସେ କ୍ଷେତ୍ରରେ ଅଭିଯୋଗକାରୀ ଟୋଲଫ୍ରି ନମ୍ବରକୁ ଫୋନ କଲାପରେ ଏସଏମଏସ ପାଇପାରିବେ । ଥାନା ଅଧିକାରୀଙ୍କର ଏହି ଅବହେଳାକୁ ଗୁରୁତ୍ତର ସହ ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଥାନା ଅଧିକାରୀମାନେ ମୋ ସରକାର ଭଲ କାମ କରିବେ, ଲୋକଙ୍କ ପ୍ରତିକ୍ରିୟା ସେମାନଙ୍କ ଥାନା ପ୍ରତି ଭଲ ରହିବ, ତେବେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ । ପ୍ରତି ମାସରେ ଜିଲ୍ଲା ସ୍ତରରେ 5-ଟିରେ ଭଲ କାମ ପାଇଁ ମୋ ସରକାର ପୁରସ୍କାର ଏବଂ ରାଜ୍ୟସ୍ତରରେ ମଧ୍ୟ ଆନ୍ତଃ ବିଭାଗୀୟ ପୁରସ୍କାର ଦିଆଯିବ ବୋଲି ବୈଠକରେ ଘୋଷଣା କରାଯାଇଥିଲା ।

ଭିଡିଓ କନଫରେନସିଂରେ ବିଭିନ୍ନ ଜିଲ୍ଲାର ଆଇଆଇସିମାନଙ୍କ ସହିତ ମୋ ସରକାର କାର୍ଯ୍ୟକ୍ରମର ସଫଳ ପ୍ରୟୋଗ ସମ୍ପର୍କରେ ସିଧାସଳଖ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ସ୍ବରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

1 × one =