ଭୁବନେଶ୍ୱର ହେଲା ବାହ୍ୟ ମଳମୁକ୍ତ ସହର

ଭୁବନେଶ୍ୱର() ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର । ଏନେଇ ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରେ ମୋଟ ୧୯୫ଟି ଟଏଲେଟ୍ ରହିଛି। ଏଥିମଧ୍ୟରେ ସୁଲଭ ଶୌଚାଳୟ, ଇ-ଟଏଲେଟ୍, କମ୍ୟୁନିଟି ଟଏଲେଟ୍ ଓ ଟ୍ରାନ୍ସଜେଣ୍ଡର ଟଏଲେଟ୍ ଆଦି ଅନ୍ତର୍ଭୁକ୍ତ।

୧୯୫ ସର୍ବସାଧାରଣ ଶୌଚାଳୟ ଅଛି । ସେଥିରୁ ୧୪୪ଟି ଆଇଏସଓ ମାନର ରହିଛି ।ଅନ୍ୟ ୫୧ଟି ଖୁବ୍ ଶୀଘ୍ର ହେବ । କାଲିଠାରୁ ଦେଶବ୍ୟାପୀ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱର ସମେତ ୮୧ ସହର ଏହି ଅଭିଯାନରେ ଭାଗ ନେଇଛନ୍ତି, ପୂର୍ବରୁ ଭୁବନେଶ୍ୱର ବାହ୍ୟ ମଳ ମୁକ୍ତ ସହର ଓଡିଏଫ ଘୋଷିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

15 − two =