ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ବନ୍ଦ ହୋଇଗଲା ଇଂଜିନ, ତା’ ପରେ …

ନୂଆଦିଲ୍ଲୀ : ହଜାର ହଜାର ଫୁଟ ଉପରେ ବିମାନରେ ନିଆଁ ଲାଗିଲେ ଯାତ୍ରୀଙ୍କ ସ୍ଥିତି କଣ ହେଉଥିବ ତାହା ଅଙ୍ଗେ ନିଭେଇଥିବା ବ୍ୟକ୍ତିଙ୍କଠାରୁ କିଏ ବା ଅଧିକ କହିପାରିବ । ଏମିତି ଏକ ରୋମଟାଙ୍କୁରା ଘଟଣା ଘଟିଛି । ନିକଟରେ ଆମେରିକାରେ ୧୪୮ଜଣ ଯାତ୍ରୀଙ୍କ ଛାତି ଧଡ କରି ହୋଇଗଲା, ଯେତେବେଳେ ବିମାନର ଇଞ୍ଜିନରେ ସମସ୍ୟା ଥିବା ପାଇଲଟ ଯାତ୍ରୀମାନଙ୍କୁ ଜଣାଇଥିଲେ । ମଝି ଆକାଶରେ ହଠାତ ଇଞ୍ଜିନ କାମ ନ କରିବା ଖବର ସମସ୍ତଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇଥିଲା । ବିମାନର ଝରକା ପଟେ ଇଞ୍ଜିନରେ ନିଆଁ ଲାଗିଥିବା ସ୍ପଷ୍ଟ ଦେଖି ପାରୁଥିଲେ ଯାତ୍ରୀ । ନିଆଁର ଗତି ଯେତିକି ବଢୁଥାଏ, ବିମାନ ମଧ୍ୟରେ ଧୂଆଁ ସେତିକି ଅଧିକ ମାତ୍ରାରେ ଭର୍ତ୍ତି ହୋଇ ଯାଇଥିଲା । ଏସି କାମ ନ କରିବା ସହ ବିମାନ ଭିତରର ତାପମାତ୍ରା ବଢ଼ିବାରେ ଲାଗିଥିଲା ।

ଆଶା ଆଶଙ୍କା ଓ ମୃତ୍ୟୁକୁ ଆଖି ଆଗରେ ଜଳ ଜଳ ଦେଖି ସମସ୍ତେ ନିଜ ନିଜ ମନର ଆରାଧ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ସହ ନିଜ ନିଜର ପରିଜନମାନଙ୍କୁ ମେସେଜ ପଠାଇବା ଆରମ୍ଭ କରି ଦେଇଥିଲେ । ନେଟଓ୍ଵାର୍କ ନଥାଇ ମଧ୍ୟ ସେମାନେ ଏଭଳି ପ୍ରୟାସ କରୁଥିବା ବେଳେ ହଠାତ ଜୋରରେ ଶବ୍ଦ କରି ବିମାନଟି ହଲିବାକୁ ଲାଗିଥିଲା । ଏ ସମୟରେ ଯାତ୍ରାମାନେ ନିଶ୍ଚିତ ମୃତ୍ୟୁକୁ ପାଖରେ ଦେଖିଥିଲେ । ଏ ମଧ୍ୟରେ ବିମାନର ପାଇଲଟ ପାଖ ବିମାନବନ୍ଦରକୁ ସଂପର୍କ କରିବା ସହ ନିଜର ଉପସ୍ଥିତ ବୁଦ୍ଧି ବଳରେ ବିମାନକୁ ଅବତରଣ କରାଇବାରେ ସଫଳ ହୋଇଥିଲେ । ଯାହାଦ୍ବାରା ୧୪୮ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ପାରିଥିଲା ।

ସେହି ଘଟଣା ସମ୍ପର୍କରେ କିଛି ଯାତ୍ରୀ ସୋସିଆଲ ମିଡିଆରେ ନିଜର ଅନୁଭିତି ସେୟାର କରିଛନ୍ତି । ସେହିସବୁ ଅନୁଭୁତିକୁ ପଢିଲେ ବିମାନରେ ଯାତ୍ରା କରିବା କେତେ ବିପଦଜନକ ତାହା ଜଣାପଡୁଛି । ତେବେ ସବୁ ଯାତ୍ରୀ ସେହି ଯୁବ ପାଇଲଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯିଏ ନିଜର ଉପସ୍ଥିତ ବୁଦ୍ଧିରେ ନିକଟତମ ବିମାନବନ୍ଦରରେ ଜରୁରୀ ଅବତରଣ କରାଇଥିଲେ ।

Share

Leave a Reply

Your email address will not be published. Required fields are marked *

11 + three =