କେନ୍ଦ୍ର କମିଟିରେ କେଉଁ ଓଡ଼ିଶା ସାଂସଦ ସ୍ଥାନ ପାଇଲେ, ଜାଣନ୍ତୁ …

ଭୁବନେଶ୍ୱର ()କେନ୍ଦ୍ରର ବିଭିନ୍ନ କମିଟିରେ ଓଡ଼ିଆ ସାଂସଦଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତୁ ଜାଣିବା …

ଫାଇନାନ୍ସ କମିଟିରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ ସ୍ଥାନ ପାଇଛନ୍ତି।ବାଣିଜ୍ୟ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ସେହିଭଳି ଜୁଏଲ ଓରାମଙ୍କ ଅଧ୍ୟକ୍ଷ ଥିବା ପ୍ରତିରକ୍ଷା କମିଟିରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ସାଂସଦ । ଦେବଗଡ ସାଂସଦ ନୀତିଶ ଗଙ୍ଗଦେବ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରତିରକ୍ଷା କମିଟିର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ବୈଦେଶିକ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଗୃହ ବିଭାଗ କମିଟିରେ ସଦସ୍ୟ ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ବି । ନିଯୁକ୍ତି ମିଳିଛି । ସେହିଭଳି ପରିବହନ, ପର୍ୟ୍ୟଟନ ଓ ସଂସ୍କୃତି କମିଟିର ସଦସ୍ୟ ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ମିଳିଛି ନୂଆ ଦାୟିତ୍ୱ । ମାନବ ସମ୍ବଳ ବିକାଶ କମିଟିରେ ସଦସ୍ୟ ଭାବେ କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମିଲ ହୋଇଛନ୍ତି ।

ସେହିଭଳି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଏନ୍ ଭାସ୍କର ରାଓ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ଓ ପରିବେଶ କମିଟିରେ ଓଡ଼ିଶାର ୩ ସାଂସଦ ସ୍ଥାନ ପାଇଛନ୍ତି । ସେହିଭଳି ସଂସଦୀୟ କୋଇଲା ଓ ଖଣି କମିଟିରେ ଦୁଇ ଓଡ଼ିଆ ସାଂସଦ ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ କମିଟିର ସଦସ୍ୟ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ସଂସଦୀୟ ସାର ଓ ରସାୟନ କମିଟିର ସଦସ୍ୟ ଭାବେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ । ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟିରେ ବରଗଡ ସାଂସଦ ସୁରେଶ ପୂଜାରୀ ସ୍ଥାନ ପାଇଛନ୍ତି ।

ସେହିଭଳି ସଂସଦୀୟ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ଆସ୍କା ସାଂସଦ ପ୍ରମିଳା ବିଶୋୟୀ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ କମିଟିରେ ସଦସ୍ୟ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ମିଳିଛି ନୂଆ ଦାୟିତ୍ୱ । ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନୂଆ ଦାୟିତ୍ୱ ମିଳିଛି ଏବଂ ସଂସଦୀୟ ରେଲୱେ କମିଟିର ସଦସ୍ୟ ଭାବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସଂହଦେଓଙ୍କୁ ମିଳିଛି ନୂଆ ଦାୟିତ୍ୱ । ସେହିଭଳି ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସ୍ଥାନ ପାଇଥିବା ବେଳେ ସଂସଦୀୟ ଜଳ ସମ୍ପଦ କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ ।

Share

Leave a Reply

Your email address will not be published. Required fields are marked *

three × two =