ଡିଭୋର୍ସ ମହିଳାଙ୍କୁ ପେନ୍ସନ

ଭୁବନେଶ୍ବର () ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ । ଛାଡ଼ପତ୍ର ହୋଇନଥିବା ତଥା କୋର୍ଟରେ କେସ୍ ଲଢ଼ୁଥିବା ମହିଳାଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ହେଲେ କେସ୍ ବିଚାରାଧିନ ଚାଲିଛି ବୋଲି ଦେବାକୁ ପଡିବ ଘୋଷଣାପତ୍ର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଉ ବିଭାଗ ପକ୍ଷରୁ ପ୍ରସ୍ତାବ ଅଣାଯାଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏନେଇ ବିଚାର ବିମର୍ଶ ପରେ ବିଧିବଦ୍ଧ ଭାବେ କେତେ ଟଙ୍କା ପେନସନ୍ ଦିଆଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

three × 1 =