ରତ୍ନଭଣ୍ଡାର ଚାବି ନିଖୋଜର ବିଚାର ବିଭାଗୀୟ ତଦନ୍ତ ହେବ

ଭୁବନେଶ୍ୱର() ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନିଖୋଜ ଘଟଣାର ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ ହେବ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ତଦନ୍ତ କରିବେ । ତିନିମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ  ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ରହସ୍ୟ ଘେରରେ ରହିଛି ରତ୍ନଭଣ୍ଡାର ଚାବି ନିଖୋଜ ଘଟଣା । 1978 ମସିହାରୁ ଭଣ୍ଡାର ଚାବି ମିଳୁନି । ସେସମୟରେ ରତ୍ନଭଣ୍ଡାର ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ଅଳଙ୍କାରର ତାଲିକା କରାଯାଇଥିଲା । ଶ୍ରୀମନ୍ଦିର ଆଇନ ବ୍ୟବସ୍ଥା ଅନୁଯାୟୀ ଜିଲ୍ଲା କୋଷଣାଗାରରେ ଚାବି ରଖାଯିବା କଥା । କିନ୍ତୁ ତାଲିକା ପ୍ରସ୍ତୁତି ପରେ ଚାବି କୋଷଣାଗାରକୁ ଫେରିଛିକି ନାହିଁ ଜଣାପଡୁନି ।
ଗତ ଏପ୍ରିଲ 4 ତାରିଖରେ ହାଇକୋର୍ଟଙ୍କ ନିର୍ଦେଶରେ ରତ୍ନଭଣ୍ଡାର ଖୋଲାଯିବା ବେଳେ ଭିତର ରତ୍ନଭଣ୍ଡାର ଚାବି ହଜିଥିବା ଜଣାପଡିଥିଲା । ଚାବି ନଥିବାରୁ ଲୁହା ଗ୍ରୀଲରୁ ଟର୍ଚ୍ଚ ଲାଇଟ ପକାଇ ଭିତର ଭଣ୍ଡାର ଯାଞ୍ଚ କରିଥିଲେ ତଦନ୍ତକାରୀ ଦଳ ।
Share

Leave a Reply

Your email address will not be published. Required fields are marked *

sixteen − 12 =