୬ ମାସରେ ୬୦୪ ନାବାଳିକା ଦୁଷ୍କର୍ମର ଶିକାର: ମନ୍ତ୍ରୀ

ଭୁବନେଶ୍ୱର() ଚଳିତ ବର୍ଷର ପ୍ରଥମ ୬ ମାସରେ ପ୍ରାୟ ୬୦୪ ଜଣ ନାବାଳିକା ଦଷ୍କର୍ମର ଶିକାର ହୋଇଛନ୍ତି । ଆଜି ବିଧାନସଭାରେ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ବିଦ୍ୟଶଙ୍କର ମିଶ୍ର । ନାବାଳିକା ଦୁଷ୍କର୍ମ ରୋକିବା ପାଇଁ କେନ୍ଦ୍ରଠୁ ରାଜ୍ୟ ପର୍ୟ୍ୟନ୍ତ କେତେ କଣ ଯୋଜନା ପ୍ରଣୟନ କରାଯାଇଛି। ଏହା ସତ୍ତ୍ୱେ ଦୁଷ୍କର୍ମ ହାର କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି

ମନ୍ତ୍ରୀଙ୍କ ତଥ୍ୟାନୁସାରେ, ଗତବର୍ଷ ମୋଟ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଗତବର୍ଷ ଦୈନିକ ୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ସେହିପରି ୧୪୩୦ଜଣ ନାବାଳିକା ଏହି ଜଘନ୍ୟକାଣ୍ଡର ଶିକାର ହୋଇଛନ୍ତି । ଚଳିତ ବର୍ଷ ପ୍ରଥମ ୬ ମାସରେ ୬୦୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଯାହା ଦୈନିକ ପ୍ରାୟ ୪ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

four × five =