ଭୁବନେଶ୍ୱରରେ ହେବ କ୍ୟାନ୍‌ସର ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର । ଡିଓ କନ୍‌ଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଆଜିର କ୍ୟାବିନେଟ୍‌ ବୈଠକ । ସରକାରୀ ମୋହର ବାଜିଥିବା ୯ଟି ପ୍ରସ୍ତାବ ଗୁଡିକ ହେଉଛି- ଭୁବନେଶ୍ୱରରେ ହେବ କ୍ୟାନ୍‌ସର ହସ୍ପିଟାଲ । ତେବେ ଏହି ହସ୍ପିଟାଲ ନିମନ୍ତେ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ୨୧୦ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ । ଏହା ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍‌ଫୋସିଟି ଅଞ୍ଚଳରେ ୨୦ଏକର ଜମି ଯୋଗାଇ ଦିଆଯିବ । ପ୍ରଥମେ ୨୫୦ ବେଡ ଓ ପରେ ୫ଶହ ବେଡର ହସ୍ପିଟାଲରେ ପରିଣତ କରାଯିବ।

ଭୁବନେଶ୍ୱରରେ ପାଲିଏଟିଭ୍ କେୟାର ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ବାଗଚି କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମିଳିତ ଭାବେ ଏହାକୁ ନିର୍ମାଣ କରିବେ। ଏଥିପାଇଁ ବାଗଚି ଏବଂ ତାଙ୍କ ପତ୍ନୀ ୧୩୦ କୋଟି ଟଙ୍କା ପ୍ରଦାନ କରିବେ। ଇନଫୋଭ୍ୟାଲି ନିକଟରେ ସରକାର ଏଥିପାଇଁ ୨୦ ଏକର ଜମି ଯୋଗାଇ ଦେବେ। ଏଥିରେ ରୋଗୀଙ୍କ ଚିକିତ୍ସା ମାଗଣାରେ କରାଯିବ।

Share

Leave a Reply

Your email address will not be published. Required fields are marked *

fourteen − eight =