ରାମ ମନ୍ଦିରକୁ ନେଇ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ କେଉଁ ଫିଲ୍ମରେ ଅଭିନୟ କରିବେ, ତାହା ନିଜେ ହିଁ ଚୟନ କରିଥା’ନ୍ତି। ଅଯୋଧ୍ୟା ମାମଲା ତାଙ୍କ ବ୍ୟକ୍ତିଗତ ଜୀବନ ଯାତ୍ରା ସହିତ ମଧ୍ୟ ମେଳ ଖାଉଥିବାରୁ ଏବେ ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି କଙ୍ଗନା। ଏହି ଫିଲ୍ମର ନାମ ସେ ‘ଅପରାଜିତ ଅଯୋଧ୍ୟା’ ରଖିଛନ୍ତି।

କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ର ଏହା ହେଉଛି ପ୍ରଥମ ଫିଲ୍ମ। ଆସନ୍ତା ବର୍ଷ ଫିଲ୍ମର ଶୁଟିଂ ଆରମ୍ଭ ହେବ ଏବଂ ବାହୁବଳୀ ସିରିଜ୍ର ନିର୍ମାତା କେବି ବିଜୟେନ୍ଦ୍ର ପ୍ରସାଦ ଏହାର ନିର୍ଦ୍ଦେଶନା ଭାର ଗ୍ରହଣ କରିବେ।

ଏହି ଫିଲ୍ମକୁ ନେଇ କଙ୍ଗନା କହିଛନ୍ତି, ‘ଶହ ଶହ ବର୍ଷର ଚର୍ଚ୍ଚିତ ବିଷୟ ହେଉଛି ରାମ ମନ୍ଦିର। ୮୦ ଦଶକରେ ଜନ୍ମ ହେବା ପରେ ମୁଁ ଅଯୋଧ୍ୟା ବିଷୟରେ କେବଳ ନେଗେଟିଭ୍ କଥା ଶୁଣି ହିଁ ବଡ଼ ହୋଇଛି। ଏହି ମାମଲା ଭାରତୀୟ ରାଜନୀତିର ଚେହେରା ବଦଳାଇ ଦେଇଥିଲା ଏବଂ ଏହାର ନିଷ୍କର୍ସ ଭାରତରେ ଲାଗିରହିଥିବା ବହୁବର୍ଷ ପୁରୁଣା ବିବାଦକୁ ସମାପ୍ତ କରିଛି। ଗୋଟିଏ ପକ୍ଷରୁ ଦେଖିଲେ ଏହି ମାମଲା ଜୀବନ ଯାତ୍ରା ସହିତ ମଧ୍ୟ ମେଳ ଖାଉଛି। ଏଥିପାଇଁ ମୁଁ ନିଷ୍ପତ୍ତି ନେଇଛି ମୋ ପ୍ରଡକ୍ସନ୍ ହାଉସ୍ରେ ରାମମନ୍ଦିର ଏକ ଭଲ ବିଷୟ ହେବ।’

Share

Leave a Reply

Your email address will not be published. Required fields are marked *

18 − 8 =