ନିଷ୍ପତ୍ତି ନିଅନ୍ତୁ ବାଚସ୍ପତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ()  ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଉପରେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ନିଷ୍ପତ୍ତି ନିଅନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି । ବାଚସ୍ପତି ନିଜ ଇଚ୍ଛାରେ ଓ ବିନା ବାଧ୍ୟବାଧକତାରେ ନିଷ୍ପତ୍ତି ନେଇ ପାରିବେ । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । ଏହା ସହିତ ଆସନ୍ତାକାଲି ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟ୍ରେ ଉପସ୍ଥିତ ରହିବାକୁ ବିଧାୟକମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି ।

କର୍ଣ୍ଣାଟକରରେ ୧୫ ବିଧାୟକ ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରା ନ ଯିବାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ସହିତ ଅଯୋଗ୍ୟତା ଘୋଷଣା ନେଇ ହୋଇଥିବା କାର୍ୟ୍ୟାନୁଷ୍ଠାନର ବିରୋଧ କରିଥିଲେ । ବାଚସ୍ପତିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ବିଧାନସଭା ଅଧ୍ୟକ୍ଷ ଜାଣିଶୁଣି ବିଧାୟକଙ୍କ ଇସ୍ତଫା ଗ୍ରହଣ କରୁନାହାନ୍ତି ।

Share

Leave a Reply

Your email address will not be published. Required fields are marked *

10 + six =