ସୁଧୁରୁଛି ଦେଶର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ() ଆର୍ଥିକ ମାନ୍ଦାବସ୍ଥା ସୁଧାରିବା ପାଇଁ ପ୍ରାଣପ୍ରଣେ ଲାଗିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ ପୁଣି ଥିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟିଛନ୍ତି ।

ସେ କହିଛନ୍ତି ଯେ , ଗତମାସରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ଉଠାଇଥିଲେ । ଏହାସହ ସେ କହିଥିଲେ ଯେ ସରକାରଙ୍କ ନଜର ରପ୍ତାନୀ ଉପରେ ରହିଛି । ଦେଶରେ ଏବେ ବ୍ୟବସାୟ କରିବା ଖୁବ୍ ସରଳ ହୋଇଗଲାଣି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ କହିଛନ୍ତି ଯେ NBFC କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ର ମଧ୍ୟ ଫାଇଦା ମିଳିଛି । ବ୍ୟାଙ୍କର କ୍ରେଡିଟ୍ ଆଉଟଫ୍ଲୋ ମଧ୍ୟ ବଢିଛି । ଏହାସହ ଆୟକରରେ ଇ-ଏସେସମେଣ୍ଟ୍ ମଧ୍ୟ ଲାଗୁ କରାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ ସେପ୍ଟେମ୍ବର ୧୯ ତାରିଖରେ PSU ବ୍ୟାଙ୍କ୍ ସହ ଏକ ବୈଠକ ହେବାକୁ ଯାଉଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ , ଏବେ ସବୁ ନୋଟିସ୍ ସିଷ୍ଟମ ଜରିଆରେ ଲାଗୁ ହେବ । ଏବେ ଛୋଟ ଟ୍ୟାକ୍ସ ଡିଫ୍ଲଟ୍ କରିବାକୁ ନେଇ ମୋକଦ୍ଦମା ରୁଜୁ କରାଯାଉ ନାହିଁ । ୨୫ ଲକ୍ଷ ଟଙ୍କାର ଡିଫ୍ଲଟ୍ ରେ ୨ ଜଣ ବଡ ଅଫିସରଙ୍କ ମଞ୍ଜୁରୀ ନେବାକୁ ପଡିବ । ରପ୍ତାନୀକୁ ବଢାଇବା ପାଇଁ ମେଗା ସପିଙ୍ଗ୍ ଫେଷ୍ଟିଭାଲ୍ ଆୟୋଜନ କରିବେ କେନ୍ଦ୍ର ସରକାର ।

ତେବେ ମୁଦ୍ରାସ୍ଫିତି ନିୟନ୍ତ୍ରଣରେ ରହିଥିବା ଓ ଔଦ୍ୟୋଗିକ କ୍ଷେତ୍ରରେ ସୁଧାର ଆସୁଥିବା ସଙ୍କେତ ଦେଖିବାକୁ ମିଳୁଛି ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛିମାସ ହେବ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଥିବା ଆଲୋଚନା ହେଉଥିବା ବେଳେ ବେରୋଜଗାରୀ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଏମିତିକି ଅଟୋମୋବାଇଲ ଶିଳ୍ପରେ ଅଧିକ ପରିମାଣରେ ଛଟେଇ ହେଉଥିବାରୁ ବେରୋଜଗାରୀ ସମସ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି।

Share

Leave a Reply

Your email address will not be published. Required fields are marked *

10 + twelve =