ବିଜେପିକୁ କରୋନା ଝଟକା

ଭୁବନେଶ୍ୱର () ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ। ଗତ ଥର ବିଧାନସଭା ନିର୍ବାଚନର ବିଧାୟକ ପ୍ରାଥି। ବିଜେପିର ଜଣେ ଦକ୍ଷ ସଂଗଠକ ।ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସମୀର ମହାନ୍ତିଙ୍କ ପାଖକୁ ପଠେଇ ଦେଇଛନ୍ତି। ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବ ନାହିଁ ବୋଲି ସେ କହିଛନ୍ତି। ଏହାସହ ଭୁବନେଶ୍ୱର ସଭାପତି ଚୟନରେ ତାଙ୍କ ମତାମତ ନେଇ ନଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷ ଆଜି ବାବୁ ସିଂଙ୍କୁ ଭୁବନେଶ୍ୱର ସଭାପତି ଭାବେ ଘୋଷଣା କରାଯାଇଛି।
ପ୍ରଥମେ ଆଜି ଇସ୍ତଫା ଦେବାର କିଛି ସମୟ ପୂର୍ବରୁ ବିଜେପିରୁ ଇସ୍ତଫା ଦେବା ନେଇ ଏକ ପୋଷ୍ଟ କରିଥିଲେ।କିନ୍ତୁ କିଛି ସମୟ ପରେ ଉକ୍ତ ପୋଷ୍ଟଟିକୁ ଡିଲିଟ କରିଦିଆଯାଇଥିଲା। ତାର କିଛି ସମୟ ପରେ ସେ ବିଧିବଦ୍ଧ ଭାବେ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।ଜଗନ୍ନାଥ ଦଳରୁ ଇସ୍ତଫା ଦେବା ନିଶ୍ଚିତ ଭାବରେ ଦଳ ପାଇଁ ଏକ ଅଶୁଭ ସଂକେତ ହୋଇପାରେ।

Share

Leave a Reply

Your email address will not be published. Required fields are marked *

sixteen − 16 =