ବିଜେଡିରେ ମିଶିଲେ ଜେଏମଏମର ଦୁଇ ବରିଷ୍ଠ ନେତା

ଭୁବନେଶ୍ୱର: ପଞ୍ଚାୟତ ଓ ପୌରନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି ବିଜେଡ଼ି । ପ୍ରତିଦିନ ବିଜେଡିରେ ସାମିଲ ହେଉଛନ୍ତି ଅନେକ କର୍ମୀ । ତେବେ ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା –ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେଂବ୍ରମ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଜେଏମଏମର ପୂର୍ବତନ ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ବି ବିଜେଡିରେ ଯୋଗ ଦେଇଛନ୍ତି । ଆଜି ଭୁବନେଶ୍ୱରରେ ବିଜେଡି ମୁଖ୍ୟ କାର୍ୟ୍ୟାଳୟରେ ଦଳୀୟ କର୍ମୀଙ୍କ ସହ ସାମିଲ ହୋଇଛନ୍ତି ଜେଏମଏମର ଦୁଇ ପୂର୍ବତନ ନେତା । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

nineteen + four =