Uncategorized

ଟାଟା ଷ୍ଟିଲ ଏଫଏଏମଡିକୁ ଉତ୍ପାଦକତା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର, ମେ’ ୧୪, ୨୦୨୪: ଟାଟା ଷ୍ଟିଲର ଫେରୋ ଆଲଏଜ ଆଣ୍ଡ ମିନେରାଲସ ଡିଜିଜନ (ଏଫଏଏମଡି)କୁ ଉତ୍ପାଦକତା ଦିବସ – ୨୦୨୪ ପାଳନ ସମାରୋହରେ ସମ୍ମାନଜନକ ‘ଉତ୍ପାଦକତା ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି । ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦ ପକ୍ଷରୁ ଜାତୀୟ ଉତ୍ପାଦକତା ପରିଷଦ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଚଳିତ ବର୍ଷ ଫେବ୍ରୁଆରି ମାସରେ ଅନୁଷ୍ଠିତ ‘‘ଆର୍ଟିଫିସିଆଲ ଇଂଟେଲିଜେନସ (ଏଆଇ) – ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉତ୍ପାଦକତା’’ ଉପରେ ଭର୍ଚୁଆଲ୍ ପ୍ରତିଯୋଗିତା ପାଇଁ ଉପସ୍ଥାପନା ଆଧାରରେ ଏଫ୍‌ଏଏମଡିକୁ ଏହି ସମ୍ମାନଜନକ ପୁରସ୍କାର ବର୍ଗରେ ମନୋନୀତ କରାଯାଇଥିଲା ।

ବିଭିନ୍ନ ଶିଳ୍ପରେ ଉତ୍ପାଦକତା ବୃଦ୍ଧିରେ ଏଆଇର ଅଭିନବ ପ୍ରୟୋଗ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଟାଟା ଷ୍ଟିଲର ଗୁରୁତ୍ୱପୂର୍ଣ୍ଣ ଉପସ୍ଥାପନା ଏବଂ ବିଭିନ୍ନ ଅଧ୍ୟୟନ ଦେଖିବାକୁ ମିଳିଥିଲା । ଏହି ଉପସ୍ଥାପନାଗୁଡିକ ଲଜିଷ୍ଟିକ୍ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଏବଂ ଜଳ ପରିଚାଳନାରେ ଦକ୍ଷତା ବୃଦ୍ଧି କରିବା ପାଇଁ ଏଆଇ ପ୍ରଯୁକ୍ତିର ବ୍ୟବହାର କରିବାରେ କମ୍ପାନିର ଅଗ୍ରଣୀ ପ୍ରୟାସକୁ ପ୍ରଦର୍ଶିତ କରିଥିଲା ।

ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ‘‘ଆମର ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ତଥା ମୂଲ୍ୟବୋଧ ସୃଷ୍ଟି କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ନୂତନ ଓ ଅଭିନବ ପଦକ୍ଷେପ ମାଧ୍ୟମରେ ଉତ୍ପାଦକତା ବୃଦ୍ଧି ଏବଂ ଜଳ ପରିଚାଳନା ପାଇଁ ଆମର ନିରନ୍ତର ପ୍ରୟାସକୁ ଏହି ପୁରସ୍କାର ପ୍ରତିଫଳିତ କରୁଛି ।’’

କମ୍ପାନି ତରଫରୁ ସୁକିନ୍ଦା କ୍ରୋମାଇଟ୍ ଖଣିର ମୁଖ୍ୟ ଦେବରାଜ ତିୱାରୀ, ଲଜିଷ୍ଟିକ୍ସ ମୁଖ୍ୟ ଅମିତ ଚୌବେ, ସପ୍ଲାଏ ଚେନ ସିନିୟର ଏରିଆ ମ୍ୟାନେଜର ସୌମ୍ୟ ବସୁ, ଆଇଟି ବିଭାଗ ଡେପୁଟି ମ୍ୟାନେଜର ଦେବଜ୍ୟୋତି ପତି ପୁରସ୍କାର ଗ୍ରହଣ କରିଥିଲେ ।

ଏଆଇ ପ୍ରଯୁକ୍ତି ଉପଯୋଗ କରି ଟାଟା ଷ୍ଟିଲ ପରିଚାଳନା ଦକ୍ଷତା ବୃଦ୍ଧି, ଖର୍ଚ୍ଚ ହ୍ରାସ କରିବା ଏବଂ ବିଶ୍ୱ ବଜାରରେ ଏହାର ପ୍ରତିଦ୍ୱନ୍ଦ୍ୱିତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ନୂତନତା ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ଅଭିଯାନରେ କମ୍ପାନିର ଅଗ୍ରଣୀ ଭୂମିକାକୁ ପ୍ରତିପାଦିତ କରୁଛି ଏହି ଉତ୍ପାଦକତା ଉତ୍କର୍ଷ ପୁରସ୍କାର ।

Share

Leave a Reply

Your email address will not be published. Required fields are marked *

five − 1 =