ଦୁବାଇରେ ମୁଖ୍ୟମନ୍ତ୍ରୀ : ଆସନ୍ତା କାଲି ମେକ ଇନ୍ ଓଡ଼ିଶା କନକ୍ଲେଭ

ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆସନ୍ତାକାଲି ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ। ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ନବୀନ ଆମନ୍ତ୍ରଣ କରିବେ। ସୌର ଶକ୍ତି କ୍ଷେତ୍ରରେ ବି ପୁଞ୍ଜି ନିବେଶର ଆଶା ରହିଛି । ସରକାରଙ୍କ ସିଙ୍ଗଲ ଉଇଣ୍ଡୋ ଯୋଗୁଁ କିପରି ଓଡ଼ିଶା ଏବେ ଇନଭେଷ୍ଟମେଣ୍ଟ ହବ୍‌ରେ ପରିଣତ ହୋଇଛି ସେ ନେଇ ବୁଝାଇ କହିବେ ନବୀନ । ଇନଭେଷ୍ଟର ମିଟ୍ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ଆଲୋଚନା କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ ଟୁ ଓ୍ବାନ ପୂର୍ବରୁ ଅଧିକାରୀମାନେ ବିଭିନ୍ନ କର୍ପୋରେଟ କମ୍ପାନୀ ସହ ପୁଞ୍ଜିନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରୁଛନ୍ତି । ଏଥିସହ ଓଡ଼ିଶା କାହିଁକି ଉତ୍ତମ ବିକଳ୍ପ ସେକଥା କହିବେ ରାଜ୍ୟରେ ସଫଳତାର ସହ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ପ୍ରତିନିଧି ଦଳ ।ପୁଞ୍ଜିନିବେଶ କ୍ଷେତ୍ରରେ ଶୂନରୁ ଶୀର୍ଷରେ ପହଞ୍ଚିଛି ଓଡ଼ିଶା । ୨୨ ବର୍ଷରେ ବଦଳିଛି ଚିତ୍ର । ମଧ୍ୟପ୍ରାଚ୍ୟରେ ମେକ ଇନ ଓଡ଼ିଶା କନକ୍ଲେଭ ବି ରାଜ୍ୟ ଶିଳ୍ପ ଅଭିବୃଦ୍ଧି ପାଇଁ ଆଣିବ ବଡ଼ ସୁଯୋଗ । କନକ୍ଲେଭ ପରେ ୟୁନାଇଟେଡ଼୍ ଆରବ ଏମିରେଟ୍ସର ୭ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ରାଜ୍ୟର କଳା,ସଂସ୍କୃତିରେ ଭାବ ବିନିମୟ ନେଇ ଆଲୋଚନା କରିବେ ।

Share

Leave a Reply

Your email address will not be published. Required fields are marked *

sixteen + 6 =