ଜୟ ଇ-ବାଇକ୍‌ର ନୂଆ ସ୍କୁଟର ମିହୋସ୍ ପାଇଁ ୧୮,୬୦୦ ବୁକିଂ ହାସଲ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଦୁଇ ଚକିଆ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ଏହାର ନୂଆ ହାଇ-ସ୍ପିଡ୍ ଇଲେକ୍ଟ୍ରି୍ ସ୍କୁଟର ମିହୋସ୍ ପାଇଁ ୮,୬୦୦ ବୁକିଂ ମାଇଲଖୁଂଟ ହାସଲ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ୨୦୨୩ ଜାନୁଆରି ୨୨ ତାରିଖରେ କଂପାନି ଏହି ସ୍କୁଟରର ବୁକିଂ ଆରମ୍ଭ କରିଥିଲା । ଏହାର ମାତ୍ର ୧୫ ଦିନ ଭିତରେ ସ୍କୁଟର ପାଇଁ ଗ୍ରାହକମାନଙ୍କ ଉତ୍ସାହଜନକ ସମର୍ଥନ ମିଳିଛି ।
ମିହୋସ୍ ହେଉଛି ଏକ ଦୃଢ଼ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଯାହାକୁ ରେଟ୍ରୋ ଷ୍ଟାଇଲ୍‌ରେ ବିକାଶ କରାଯାଇଥିବା ବେଳେ ଅଟୋ ଏକ୍ସପୋ ୨୦୨୩ରେ ତାହାକୁ ଉନ୍ମୋଚନ କରାଯାଇଥିଲା ଏବଂ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୧.୩୫ ଲକ୍ଷ ଟଙ୍କା । ୨୦୨୩ ମାର୍ଚ୍ଚରୁ ପର୍ଯ୍ୟାୟକ୍ରମେ ସାରା ଭାରତରେ ମିହୋସ୍‌ର ଡେଲିଭରି ଆରମ୍ଭ ହେବ । ୨୦୨୩ ଏପ୍ରିଲ୍ ମାସ ପାଇଁ କଂପାନି ବୁକିଂ ଗ୍ରହଣ କରୁଛି ଯାହା ଫେବ୍ରୁଆରି ୯ ତାରିଖଠାରୁ ଗ୍ରହଣ କରାଯିବା ଆରମ୍ଭ କରାଯାଇଛି । ଗ୍ରାହକମାନଙ୍କ ପାଇଁ ଏହାକୁ ଅଧିକ ସହଜ କରିବା ଲାଗି ବୁକିଂ ରାଶି ପରିମାଣକୁ ମାତ୍ର ୯୯୯ ଟଙ୍କା ରଖିବାକୁ କଂପାନି ନିଷ୍ପତି ନେଇଛି ।
ବୁକିଂ ମାଇଲଖୁଂଟ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ “ଅଟୋ ଏକ୍ସପୋ ୨୦୨୩ରେ ମିହୋସ୍ ପ୍ରତି ଆମେ ବିପୁଳ ସମର୍ଥନ ପାଇଥିଲୁ । ଡିସାଇକ୍ଲୋପେଂଟାଡାଇନ୍ ଭଳି ନୂଆ ଉପକରଣ ସହ ଏହି ସ୍କୁଟର ମାଧ୍ୟମରେ ଇଲେକ୍ଟ୍ରିକ୍ ଯାନର ଏକ ଦୃଢ଼ ଭର୍ସନ ଅଣାଯାଇଛି । ଗ୍ରାହକମାନଙ୍କ ତରଫରୁ ପ୍ରବଳ ଚାହିଦାକୁ ନେଇ ଆମେ ବହୁ୍‌ତ ଖୁସିଥିବା ବେଳେ ପର୍ଯ୍ୟାୟକ୍ରମେ ମାର୍ଚ୍ଚଠାରୁ ଆରମ୍ଭ ହେବାକୁ ଥିବା ଡେଲିଭରିକୁ ନେଇ ମଧ୍ୟ ଆମେ ଅତ୍ୟନ୍ତ ଉତ୍ସାହିତ ଅଛୁ । ଗ୍ରାହକମାନଙ୍କ ଚାହିଦା ଏବଂ ଅଭିଳାଷକୁ ପୂରଣ କରିବା ଲାଗି ଆମେ ଉତ୍ପାଦ ପୋର୍ଟଫୋଲିଓକୁ ଆହୁରି ସମ୍ପ୍ରସାରଣ କରୁଛୁ । ଇଭି କ୍ଷେତ୍ରରେ ଆମ ବଜାର ଅଂଶକୁ ବଢ଼ାଇବା ଲାଗି ଆମେ ଫଳାଫଳ ଭିତିକ ଏବଂ ଦୃଢ଼ ଉଦ୍ୟମ କରୁଛୁ । ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଥିବାରୁ ଆଗାମୀ ଦିନରେ ବିକ୍ରିରେ ଦୃଢ଼ ସୁଧାର ହେବ ବୋଲି ଆମେ ଆଶା କରୁଛୁ ।’’
ଗ୍ରାହକମାନେ କଂପାନିର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ହକ୍ଟଚ୍ଚରଭସଳର.ମକ୍ଟଜ୍ଞ/ଜ୍ଞସଷକ୍ଟଗ୍ଦ/ ବଗ୍ଦ ପରିଦର୍ଶନ କରି କିମ୍ବା ସାରା ଦେଶରେ ଥିବା ୬୦୦ରୁ ଅଧିକ ଡିଲରସିପ୍‌କୁ ଯାଇ ବିନା ମୂଲ୍ୟରେ ମିହୋସ୍‌ର ବୁକିଂ କରିପାରିବେ ।

Share

Leave a Reply

Your email address will not be published. Required fields are marked *

4 × 4 =