ଗ୍ରାମୀଣ ଓଡ଼ିଶାକୁ ଆଲୋକିତ କରୁଛି: ‘ବିଦ୍ୟୁତ ସେବା କେନ୍ଦ୍ର’ ସହରାଚଂଳ ଓ ଗ୍ରାମାଚଂଳ ବାସିନ୍ଦାଙ୍କ ମଧ୍ୟରେ ଥିବା ଅନ୍ତର ଦୂର କରୁଛି ଟିପିସିଓଡିଏଲ୍‌

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ‘ବିଦ୍ୟୁତ ସେବା କେନ୍ଦ୍ର’ (ବିଏସ୍‌କେ)ଗୁଡ଼ିକ ଜରିଆରେ ଓଡ଼ିଶାର କେନ୍ଦ୍ରୀୟ ଅଂଚଳରେ ବିଦ୍ୟୁତ ବଂଟନରେ ବିପ୍ଳବ ଆଣିଛି । ଗୁରୁତ୍ୱପୂର୍ଣ୍ଣ ଅଂଚଳଗୁଡ଼ିକରେ ଅବସ୍ଥିତ ୫୫୦ରୁ ଅଧିକ କେନ୍ଦ୍ର ସହିତ ସହରାଂଚଳ ଓ ଗ୍ରାମାଂଚଳ ବାସିନ୍ଦାଙ୍କ ମଧ୍ୟରେ ରହିଥିବା ଅନ୍ତରକୁ ଟିପିସିଓଡିଏଲ୍ ଦୂର କରୁଥିବା ବେଳେ ଅତ୍ୟାବଶ୍ୟକ ସେବାକୁ ନିୟୁତାଧିକ ବାସିନ୍ଦାଙ୍କ ନିକଟତର କରିଛି ।
ବିଏସ୍‌କେଗୁଡ଼ିକ ବ୍ୟାପକ ବର୍ଗର ସେବା ପ୍ରଦାନ କରି ବିଦ୍ୟୁତ ସମ୍ପର୍କିତ ସମସ୍ତ ସମାଧାନ ଲାଗି ଏକକ ସମାଧାନ କ୍ଷେତ୍ରରେ ପରିଣତ ହୋଇଛି । ବିଦ୍ୟୁତ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନଠାରୁ ଆରମ୍ଭ କରି ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଓ ନୂଆ ସଂଯୋଗ ଆବେଦନ ପର୍ଯ୍ୟନ୍ତ ବିଏସ୍‌କେଗୁଡ଼ିକ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିଛନ୍ତି । ସେହି ସବୁ ସେବାଗୁଡ଼ିକୁ ଗୋଟିଏ ଛାତ ତଳେ ପ୍ରଦାନ କରି ଟିପିସିଓଡିଏଲ୍ ଗ୍ରାମୀଣ ବାସିନ୍ଦାଙ୍କ ନିକଟରେ ବିଦ୍ୟୁତ ବଂଟନ ସେବାକୁ ଚିନ୍ତାମୁକ୍ତ ଭାବେ ପହଂଚାଇ ପାରିଛି ।
ନଗଦ ବିହୀନ ଅର୍ଥନୀତି ଲାଗି ଦେଶର ଲକ୍ଷ୍ୟ ଅନୁସାରେ ବିଏସ୍‌କେଗୁଡ଼ିକ ଜରିଆରେ ଡିଜିଟାଲ୍ କାରବାରକୁ ଟିପିସିଓଡିଏଲ୍ ପ୍ରତ୍ୟକ୍ଷ ଭାବେ ପ୍ରସାର କରୁଛି । ଏହି କେନ୍ଦ୍ରଗୁଡ଼ିକରେ ରହିଥିବା ଡିଜିଟାଲ୍ ପେମେଂଟ୍ ମାଧ୍ୟମଗୁଡ଼ିକୁ ବ୍ୟବହାର କରିବା ଲାଗି ଲୋକମାନଙ୍କୁ ଉତ୍ସାହିତ କରି ନଗଦ କାରବାରରେ ରହିଥିବା ନିର୍ଭରଶୀଳତାକୁ ଟିପିସିଓଡିଏଲ୍ ହ୍ରାସ କରୁଥିବା ବେଳେ ସହଜତା ଓ ଦକ୍ଷତାରେ ଉନ୍ନତି ଆଣୁଛି । ଡିଜିଟାଇଜେସନ ଉପରେ ଏହି ଗୁରୁତ୍ୱ ଗ୍ରାମୀଣ ଗ୍ରାହକଙ୍କୁ ସଶକ୍ତ କରୁଛି ଏବଂ ବ୍ୟାପକ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଅର୍ଥନୈତିକ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରୁଛି ।
ବିଏସ୍‌କେଗୁଡ଼ିକରେ ରହିଛନ୍ତି ବୈଷୟିକତାକୁ ଗ୍ରହଣ କରିଥିବା ସେବା ଏଜେଂଟ୍‌ମାନଙ୍କ ଏକ ଉତ୍ସର୍ଗୀକୃତ ଟିମ୍ ଯେଉଁମାନେ ଉଲ୍ଲେଖନୀୟ ଗ୍ରାହକ ସେବାକୁ ସୁନିଶ୍ଚିତ କରୁଛନ୍ତି । ଗ୍ରାମୀଣ ଗ୍ରାହକମାନେ ସାମ୍ନା କରୁଥିବା ଆହ୍ୱାନଗୁଡ଼ିକୁ ଗଭୀର ଭାବେ ବୁଝିପାରିଥିବା ସହ ଏହି ଏଜେଂଟ୍‌ମାନେ ସେହି ସମସ୍ୟାଗୁଡ଼ିକୁ ତ୍ୱରିତ ଓ ପ୍ରଭାବୀ ଭାବେ ସମାଧାନ କରୁଛନ୍ତି । ବରିଷ୍ଠ ନାଗରିକମାନଙ୍କୁ ସହାୟତା ପ୍ରଦାନ କରିବା କିମ୍ବା ଲମ୍ବା ସମୟ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବା ଆଦି ସହ ବିଏସ୍‌କେର ସେବା ଏଜେଂଟ୍‌ମାନେ ଗ୍ରାହକ ଓ ସଂପୃକ୍ତ ଅଧିକାରୀମାନଙ୍କ ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରି ବିଶ୍ୱାସକୁ ସୁଦୃଢ଼ କରୁଛି ଓ ଦୃଢ଼ ସମ୍ପର୍କ ଗଠନ କରୁଛନ୍ତି ।
ସେବା ପ୍ରଦାନରେ ଆହୁରି ଉନ୍ନତି ଆଣିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ‘ଏଫ୍‌ସିସି କନେକ୍ଟ ଆପ୍‌’ର ଶୁଭାରମ୍ଭ ସମେତ ପ୍ରଯୁକ୍ତିରେ ହେଉଥିବା ଉନ୍ନତିକୁ ମଧ୍ୟ ଗ୍ରହଣ କରାଯାଇଛି । ଏହି ଅଭିନବ ମୋବାଇଲ୍ ଆପ୍ଲିକେସନ ଅଭିଯୋଗ ପରିଚାଳନା ଲାଗି ଏଣ୍ଡ୍‌-ଟୁ-ଏଣ୍ଡ୍ ସମାଧାନ ପ୍ରଦାନ କରି ସମସ୍ୟାର ଶୀଘ୍ର ସମାଧାନକୁ ସକ୍ଷମ କରୁଛି । ଅଭିଯୋଗ ସମାଧାନ ପ୍ରକ୍ରିୟାର ସରଳୀକରଣ କରି ଟିପିସିଓଡିଏଲ୍ ସମୟୋପଯୋଗୀ ପଦକ୍ଷେପକୁ ସୁନିଶ୍ଚିତ କରୁଛି ଓ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣୁଛି ।
ବିଏସ୍‌କେର ପ୍ରଭାବ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଗ୍ରାହକ ସେବାଠାରୁ ଆହୁରି ବହୁତ କିଛି ଅଧିକ । ବିଦ୍ୟୁତ ପହଂଚିବା ଗ୍ରାମୀଣ ଗୋଷ୍ଠୀରେ ସାମାଜିକ ଅର୍ଥନୈତିକ ପ୍ରଗତିର ବାର୍ତାବହ ସାଜିଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ କ୍ଷୁଦ୍ର ବ୍ୟବସାୟ ସମୃଦ୍ଧ ହେଉଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ଆଗକୁ ବଢ଼ୁଛନ୍ତି ଏବଂ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ପରିଚାଳିତ ହେଉଛି । ବିଏସ୍‌କେଗୁଡ଼ିକ ଅର୍ଥନୈତିକ ବିକାଶ, ନିଯୁକ୍ତି ସୃଷ୍ଟି ଓ ଜୀବନ ଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହୋଇ ଗ୍ରାମୀଣ ଓଡ଼ିଶାରେ ନୂତନ ଜୀବନ୍ୟାସ କରିଛନ୍ତି ।
ଏହି ଅଭିଯାନ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନବାଗମ କହିଛନ୍ତି ଯେ, “ଆମର ବିଦ୍ୟୁତ ସେବା କେନ୍ଦ୍ରଗୁଡ଼ିକ ଶୀଘ୍ର ବିଦ୍ୟୁତ ଯୋଗାଣ ସମ୍ପର୍କିତ ସମସ୍ୟାର ସମାଧାନ କରି ଆମ ଗ୍ରାମୀଣ ସଂଯୋଗକୁ ସୁଦୃଢ କରୁଛନ୍ତି । ଆମର ଗୁରୁତ୍ୱ ଓ ଅଭିଳାଷ ହେଉଛି ନିୟୁତାଧିକ ବାସିନ୍ଦାଙ୍କ ନିକଟରେ ଅତ୍ୟାବଶ୍ୟକ ସେବା ପହଂଚାଇ ସହରାଚଂଳ ଓ ଗ୍ରାମମାଂଚଳ ଗୋଷ୍ଠୀ ଭିତରେ ରହିଥିବା ଅନ୍ତରକୁ ଦୂର କରିବା ।’’

Share

Leave a Reply

Your email address will not be published. Required fields are marked *

thirteen − 8 =