ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ପକ୍ଷୀ ନିରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଦୀର୍ଘସ୍ଥାୟୀ ବିକାଶ ଓ ପରିବେଶ ସଂରକ୍ଷଣ ପ୍ରତି ଏହାର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଶୁକ୍ରବାର ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଏକ ପକ୍ଷୀ ଦେଖିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସୁକିନ୍ଦା କ୍ରୋମାଇଟ୍ ଖଣି ପାରିପାଶ୍ୱର୍ରେ ସମୃଦ୍ଧ ଚଢ଼େଇ ଜୈବବିବିଧତାର ଅନୁଧ୍ୟାନ କରିବା ପାଇଁ, ଜୈବବିବିଧତା ସଂରକ୍ଷଣର ପ୍ରସାର ଓ ପରିବେଶକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକୃତିପ୍ରେମୀ, ସଂରକ୍ଷଣବିତ୍ ଏବଂ ସ୍ଥାନୀୟ ଅଂଶୀଦାରଙ୍କ ଭଳି ବିଭିନ୍ନ ବର୍ଗର ଲୋକ ଏକଜୁଟ ହୋଇଥିଲେ । ଏହାର ଲକ୍ଷ୍ୟ ଥିଲା ପ୍ରାକୃତିକ ବସତିର ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବନ୍ୟଜନ୍ତୁ ସଂରକ୍ଷଣକୁ ସୁଦୃଢ଼ କରିବା ।

ଖଣି ପରିସରରେ ଥିବା ଘଂଚ ପାରିପାଶ୍ୱର୍ରେ ସକାଳୁ ପକ୍ଷୀ ଦେଖିବା ଅଧିବେଶନ ଆରମ୍ଭ ହୋଇଥିଲା ଯାହା ଅଂଶଗ୍ରହଣକାରୀମାନଙ୍କୁ ପକ୍ଷୀମାନଙ୍କର ବସବାସ ଓ ବ୍ୟବହାରକୁ ପରଖିବାର ପ୍ରତ୍ୟକ୍ଷ ସୁଯୋଗ ପ୍ରଦାନ କରିଥିଲା । ବିଶିଷ୍ଟ ବୈଜ୍ଞାନିକ ଓ ଜୈବବିବିଧତା ବିଶେଷଜ୍ଞ ଡକ୍ଟର ଜଷ୍ଟସ ଜୋସୁଆ କାର୍ଯ୍ୟକ୍ରମର ମାର୍ଗଦର୍ଶନ କରିଥିବା ବେଳେ ଆକର୍ଷଣୀୟ ଚଢ଼େଇମାନଙ୍କ ଜୀବନଚକ୍ର, ମିଳନ ଏବଂ ପ୍ରବାସ ଢାଂଚା ଉପରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ନେଇ ନିଜ ଉତ୍ସାହକୁ ବର୍ଣ୍ଣନା କରି ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତୀଜା କହିଛନ୍ତି ଯେ, “ପକ୍ଷୀ ଦେଖିବା ଅଧିବେଶନ ଆୟୋଜନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ଯାହା ଆମକୁ ଆମ ପାରିପାଶ୍ୱର୍ରେ ଥିବା ଅତୁଲ୍ୟ ଜୈବବିବିଧତାକୁ ଜାଣିବାର ସୁଯୋଗ ଦେଇଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରି ଚଢ଼େଇମାନଙ୍କ ସୁରକ୍ଷା ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସଂରକ୍ଷଣ ଲାଗି ଛୋଟ ଛୋଟ କିନ୍ତୁ ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମସ୍ତଙ୍କୁ ଉତ୍ସାହିତ କରିବା ଲାଗି ଆମେ ଲକ୍ଷ୍ୟ ରଖିଥିଲୁ ।

ଏହି ଅଭିଯାନ ଅବସରରେ ଘର, କାର୍ଯ୍ୟାଳୟ ଓ ସାର୍ବଜନୀନ ସ୍ଥାନରେ ସ୍ଥାପନ କରିବା ଲାଗି କଂପାନି ପକ୍ଷରୁ ଅଂଶଗ୍ରହଣକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କୁତ୍ରିମ ଚଢ଼େଇ ବସା ବଂଟନ କରାଯାଇଥିଲା ଯାହା ଚଢ଼େଇମାନଙ୍କ ବଂଚିବା ଏବଂ ବଂଶବୃଦ୍ଧି ହେବା ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବ ।

ଉଲ୍ଲେଖଯୋଗ୍ୟ ଯେ, ଜୈବିକ ସନ୍ତୁଳନ ବଜାୟ ରଖିବା ଲାଗି ଘରଚଟିଆ ମାନଙ୍କ ଗୁରୁତ୍ୱ ଓ ଚିନ୍ତାଜନକ ଭାବେ ହ୍ରାସ ପାଉଥିବା ତଥା ସେମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କଂପାନି ପକ୍ଷରୁ ପୂର୍ବରୁ “ଲଭ ସ୍ପାରୋ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅଂଚଳରେ ଘରଚଟିଆ ମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଟିଏସ୍‌ଏମ୍‌ଏଲ୍ ପକ୍ଷରୁ ଖଣି ପରିସରରେ କୃତ୍ରିମ ଚଢ଼େଇ ବସା ସ୍ଥାପନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

12 − nine =